ପଥର ଖାଲରେ ପଢିଛି ଶାଢୀ , ମହିଳା ନିଖୋଜ

0

(ବାଲେଶ୍ଵର) : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ କାଠଗୋଛି ଅଞ୍ଚଳ ଜଣେ ମହିଳା ନିଖୋଜ ଅଛନ୍ତି। କିନ୍ତୁ ପଥର ଖାଦାନ ଖାଲରେ ତାଙ୍କ ପିନ୍ଧା ଶାଢୀ ପଡିଛି ଜବତ ହୋଇଥିବା ବେଳେ ଖାଲରେ ପାଣି ଅଧିକ ରହି ଥିବାରୁ ସେ ବୁଡ଼ି ଯାଇଥିବେ ବୋଲି ଆଶଙ୍କା କରାଯାଉଛି । ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ଅନେକ ଖୋଜାଖୋଜି କରିଥିଲେ । କିନ୍ତୁ ମହିଳାଙ୍କ କୌଣସି ପତ୍ତା ମିଳିନାହିଁ । ନିଖୋଜ ମହିଳା ଜଣକ କାଠଗୋଛି ଗ୍ରାମର ଚମ୍ପା ସିଂ।
ସୂଚାନୁଯାୟୀ , ସୋମବାର ଚମ୍ପା କୌଣସି କାରଣକୁ ନେଇ ଘରେ ଝଗଡା କରିଥିଲେ। ତେବେ ଆଜି ମହିଳା ଜଣକ ନିଖୋଜ ହେବା ଘଟଣାକୁ ନେଇ ଆଶଙ୍କା ଦେଖାଦେଇଛି।