ଆର୍ଯ୍ୟନକୁ ଦେଖି କାନ୍ଦି ପକାଇଲେ ଗୌରୀ ଖାନ୍
ଡ୍ରଗ୍ସ ମାମଲାକୁ ନେଇ ଆର୍ଯ୍ୟନ୍ ଖାନଙ୍କ ନା ଚର୍ଚ୍ଚାରେ ରହିଛି । ଲଗାତର ଗୌରୀ ଖାନ୍ ନିଜ ପୁଅକୁ ଜାମିନରେ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
(ମୁମ୍ବାଇ) : ଡ୍ରଗ୍ସ ମାମଲାକୁ ନେଇ ଆର୍ଯ୍ୟନ୍ ଖାନଙ୍କ ନା ଚର୍ଚ୍ଚାରେ ରହିଛି । ଲଗାତର ଗୌରୀ ଖାନ୍ ନିଜ ପୁଅକୁ ଜାମିନରେ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଆଜି ଗୌରୀ ଖାନଙ୍କ ଜନ୍ମ ଦିନ ଥିଲା । ଏହି ଅବସରରେ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପୁଅ ପାଇଁ କାନ୍ଦି ପକାଉଛନ୍ତି ।
ସୂଚନାନୁଯାୟୀ , ଆଜି ଆର୍ଯ୍ୟନଙ୍କ ଜାମିନ ଖାରଜ ହୋଇଯାଇଛି । ଗତ ଥର ମଧ୍ୟ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା । ତେବେ ଗତ କାଲି ସନ୍ଧ୍ୟାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଥିରେ ଆର୍ଯ୍ୟନ ଏନସିବି କୋର୍ଟରୁ ବାହାରୁଥିବା ନଜର ଆସୁଛନ୍ତି । ସାମ୍ନାରେ ଏକ କାର୍ ଠିଆ ହୋଇଛି । ସେଥିରେ ଗୌରୀ ଖାନ୍ କାନ୍ଦୁଥିବା ନଜର ଆସୁଛନ୍ତି । ଭିଡିଓରେ ଗୌରୀ ଧଳା ସର୍ଟ ଓ ବ୍ଲୁ ଜିନ୍ସରେ ନଜର ଆସୁଛନ୍ତି । ସେ କାରରେ କାନ୍ଦୁଛନ୍ତି । ତାଙ୍କ ଡ୍ରାଇଭର ବାରମ୍ବାର ତାଙ୍କ ଆଡକୁ ଦେଖୁଛି । କିଛି ସମୟ ପରେ ଜଣେ ମହିଳା ଗୌରୀଙ୍କ କାରରେ ବସୁଛନ୍ତି ଏବଂ କାର୍ ଆଗକୁ ଗଡୁଛି ।