ନୂଆ ଦିଲ୍ଲୀ: ରାମ ମନ୍ଦିର ଉଦଘାଟନ ପାଇଁ ଉତ୍ସାହ ଲାଗିରହିଛି । ଏହାରି ଭିତରେ କେନ୍ଦ୍ର ସରକାର ଜାନୁଆରୀ ୨୨ ତାରିଖରେ ଅଧାଦିନ ଛୁଟି ପାଇଁ ଘୋଷଣା କରିଛନ୍ତି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ ତାରିଖକୁ ଅଧାଦିନ ଅର୍ଥାତ ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ କେନ୍ଦ୍ର ସରକାରଙ୍କ ଅଫିସ , ଶିକ୍ଷାନୁଷ୍ଠାନ । ସୂଚନା ଅନୁଯାୟୀ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଭଗବାନ ରାମଲାଲାଙ୍କ ପ୍ରତିମାକୁ ମିନ୍ଦିର ଗର୍ଭଗୃହରେ ସ୍ଥାପନା କରାଯାଇଛି । ତେବେ ରାମ ମନ୍ଦିର ପ୍ରଣ ପ୍ରତିଷ୍ଠା ସମାରୋହ ଜାନୁଆରୀ ୨୨ ତାରିଖରେ ହେବ । ଏହି କାର୍ଯ୍ୟକ୍ରମରେ ପ୍ରୟ ୮ ହଜାରରୁ ଅଧିକ ଅତିଥି ଅସିବାର କାର୍ଯ୍ୟକ୍ରମ ରହିଛି ।