ସ୍ୱାଧୀନତା ଦିବସରେ ଲୋକଙ୍କୁ ସସ୍ତାରେ ମିଳିବ ଟମାଟୋ । ଆଜି ଅଗଷ୍ଟ ୧୫ ତାରିଖରୁ କମିବ ଟମାଟୋ ଦର । କିଲୋ ପିଛା ୫୦ ଟଙ୍କା ଦଳରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାଂସଘ ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।
ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋର ଖୁଚୁରା ମୂଲ୍ୟ ପ୍ରଥମେ କିଲୋ ପିଛା ୯୦ ଟଙ୍କା ଧାର୍ୟ୍ୟ କରାଯାଇଥିବା ବେଳେ ପରେ କିଲୋ ପିଛା ୮୦ ଟଙ୍କାକୁ ହ୍ରାସ କରାଯାଇଥିଲା । ଜୁଲାଇ ୨୦ରୁ ଏହାକୁ କିଲୋ ପିଛା ୭୦ ଟଙ୍କାକୁ କମ୍ କରାଯାଇଥିଲା। ଏହାବ୍ୟତୀତ ଏଜେନ୍ସି ଓପନ୍ ନେଟଓ୍ଵର୍କ ଫର୍ ଡିଜିଟାଲ କମର୍ସ (ଓଏନଡିସି) ପ୍ଲାଟଫର୍ମ ଜରିଆରେ ଟମାଟୋର ଖୁଚୁରା ବିକ୍ରି କରାଯାଉଛି। ଏବେ ସରକାର ଏହାକୁ ୫୦ ଟଙ୍କାରେ ବିକ୍ରି କରିବେ ବୋଲି ଦୁଇଟି ସହକାରୀ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି ।