ପଞ୍ଚସଖା ଶିକ୍ଷା ସେତୁ ଅଭିଯାନରେ ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପାଇଁ ୨ ଗୁଣା ଅନୁଦାନ ସରକାର ପ୍ରଦାନ କରିବେ

0

ବିଧାନସଭା;ପଞ୍ଚସଖା ଶିକ୍ଷା ସେତୁ ଅଭିଯାନରେ ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ ଓ କର୍ପୋରେଟ୍ ସଂସ୍ଥାର ସ୍ୱେଚ୍ଛାକୃତ ଅବଦାନ ପରିମାଣର ୨ ଗୁଣା ଅନୁଦାନ ସରକାର ପ୍ରଦାନ କରିବେ । ଏଥିରେ ଉନ୍ନତ ଶ୍ରେଣୀଗୃହ, ପୃଥକ ଶୌଚାଳୟ, ଗଊଗ ହଲ୍, ରୋଷେଇ ଘର, ମୁକ୍ତାକାଶ ପ୍ରେକ୍ଷାଳୟ, ପ୍ରାର୍ଥନା ଗୃହ, ପାନୀୟ ଜଳର ସୁବିଧା ଓ ଖେଳ ପଡ଼ିଆ ଅନ୍ତର୍ଭୁକ୍ତ, ଯାହା ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିଥାଏ । ମୁଁ ଏହି ଯୋଜନା ଅଧୀନରେ ୧ ଶହ ୪୦ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଦେଉଛି ।