ବନ ବିଭାଗ କର୍ମଚାରୀଙ୍କୁ ବନ୍ଧୁକ ଧରାଇବେ ସରକାର : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

0

ଭୁବନେଶ୍ୱର : ଶିକାରୀଙ୍କୁ ସାବାଡ଼ କରିବାକୁ ବନ୍ଧୁକ ଚଳାଇବାର କ୍ଷମତା ମିଳିଥିଲେ ମଧ୍ୟ ବନ୍ଧୁକ ମିଳିନାହିଁ | ଯେଉଁଥିପାଇଁ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଗୁଳି ଚଳାଇବାକୁ ପଛାଉନାହାନ୍ତି | ଏହାର ମୁକାବିଲା କରିବାକୁ ଏବେ

* ପୋଲିସ ସାହାଯ୍ୟ ନିଆଯାଉଛି |

* ଏ ଆଇ କ୍ୟାମେରା ଦୁଇଟି ଜାଗାରେ ପାଇଲଟ ଭିତ୍ତିରେ ଲଗାଯାଇଛି |

* ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା

* ବର୍ତମାନ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଲାଗିଛି | ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି | ଏହି କ୍ୟାମେରା ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି |

* ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲଗାଯାଇଛି ଓ ଅନ୍ୟ ଜାଗାରେ ବି ଲଗାଯିବ ବୋଲି ଜଙ୍ଗଲ ବିଭାଗ ମନ୍ତ୍ରୀ କହିଛନ୍ତି |

* ଜଙ୍ଗଲ ଭିତରେ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ଏହି କ୍ୟାମେରା କାମ କରିବ ବୋଲି କହିଛନ୍ତି ମନ୍ତ୍ରୀ | ଏହା ସହିତ ବନ ବିଭାଗ କର୍ମଚାରିମାନଙ୍କୁ ଅଧିକ ସଶକ୍ତ କରିବାକୁ ସେମାନଙ୍କୁ ବନ୍ଧୁକ ଧରାଇବା ଉପରେ ସରକାର ଚିନ୍ତା କରୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି |