୨୦୦ ଡିଏସପିଙ୍କୁ ପଦୋନ୍ନତି ଓ ୮୦୦ ଡାକ୍ତଙ୍କ ନିଯୁକ୍ତିକୁ ମଞ୍ଜୁର କଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ

0

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ):ଜମ୍ମୁ-କାଶ୍ମୀରରେ ବିଗତ ୧୦ ବର୍ଷ ଧରି ଡିଏସପି ମାନଙ୍କର ଅଟକି ରହିଥିବା ପଦୋନ୍ନତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ରାଜ୍ୟରେ ଆତଙ୍କବାଦ ବିରୋଧରେ ଲଢୁଥିବା ପୋଲିସ ଯବାନଙ୍କ ପଦୋନ୍ନତିକୁ ସେ ମଞ୍ଜୁର କରିଛନ୍ତି । ଗତ ୧୦ ବର୍ଷ ଧରି ଜମ୍ମୁ-କାଶ୍ମୀରର ୨୦୦ ଡିଏସପିଙ୍କ ପଦୋନ୍ନତି ଅଟକି ରହିଥିଲା । ଏପରି ସ୍ଥିତିରେ ତତ୍କାଳ ନିଷ୍ପତ୍ତି ନେଇ ୨୦୦ ଜଣ ଡିଏସପିଙ୍କ ପଦୋନ୍ନତି କରାଯାଇଛି ଏବଂ ଆଗକୁ ଯେପରି କାହାର ପଦୋନ୍ନତି ନ ଅଟକିବ ତାକୁ ମଧ୍ୟ ସୁନିଶ୍ଚିତ କରାଯାଇଛି ବୋଲି କହିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସେହିପରି ରାଜ୍ୟରେ ୮୦୦ ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି ।