ଭୁବନେଶ୍ୱର: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଣ ପାଇଛି । ବିଧାନସଭା ଭଙ୍ଗ ନେଇ ସୋମବାର ରାଜ୍ୟଳ କ୍ୟାବିନେଟ ସୁପାରିଶ କରିଥିଲେ ।
ସୂଚନା ଅନୁଯାୟୀ, ଅଜି ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ ହୋଇଥିଲା । ଏହି ବୈଠକରେ ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟ ସୁପାରିସ କରିଥିଲା । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଯେଉଁଥିରେ ରାଜ୍ୟ କ୍ୟାବିନେଟ ଭଙ୍ଗ ସୁପାରିସ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଏହାବରେ ରାଜ୍ୟପାଳଙ୍କ ଦ୍ୱାରା ବିଧାନସଭା ଭଙ୍ଗ କରାଯାଇଛି ।