ଭଣଜାଙ୍କୁ କ୍ଷମା କରିଦେଲେ ମାମୁଁ ଗୋବିନ୍ଦା

ଦୀର୍ଘ ଦିନ ହେଲା ପରସ୍ପର ବିରୋଧରେ କଟୁ ଭାଷା ବ୍ୟବହାର କରୁଥିବା ମାମୁଁ- ଭଣଜା ଯୋଡ଼ି ଗୋବିନ୍ଦା-କୃଷ୍ଣା ଅଭିଷେକଙ୍କ ମନରେ ପରସ୍ପର ପ୍ରତି ପ୍ରେମ ଭାବନା ଦେଖିବାକୁ ମିଳିଛି ।

0

(ମୁମ୍ବାଇ) : ସରିଲା ମାମୁଁ ଭଣଜା କଳି । ଦୀର୍ଘ ଦିନ ହେଲା ପରସ୍ପର ବିରୋଧରେ କଟୁ ଭାଷା ବ୍ୟବହାର କରୁଥିବା ମାମୁଁ- ଭଣଜା ଯୋଡ଼ି ଗୋବିନ୍ଦା-କୃଷ୍ଣା ଅଭିଷେକଙ୍କ ମନରେ ପରସ୍ପର ପ୍ରତି ପ୍ରେମ ଭାବନା ଦେଖିବାକୁ ମିଳିଛି । କୃଷ୍ଣା ଓ ତାଙ୍କ ପତ୍ନୀ କଶ୍ମୀରାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେମାନଙ୍କଠୁ ଦୂରେଇ ଯାଇଥିଲେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା। ଏପରିକି ତାଙ୍କ ସହ କିଛି ସଂପର୍କ ରଖିବାକୁ ଚାହୁଁନୁ, ଆଉ ଏକଥା କେବେବି ବଦଳିବ ନାହିଁ ବୋଲି କହିଥିଲେ ସୁନୀତା ।

ତେବେ କୃଷ୍ଣା ଅନେକ ଥର କ୍ଷମା ମାଗିଥିଲେ ବି କ୍ଷମା କରିବା ମୁଡରେ ନ ଥିଲେ ଗୋବନ୍ଦା ଓ ସୁନୀତା। ହେଲେ ଏବେ ତରଳି ଯାଇଛି ଗୋବିନ୍ଦାଙ୍କ ମୁଡ । ହାସ୍ୟ ଅଭିନେତା ନିଜ ମାମୁଁଙ୍କୁ ସର୍ବସାଧାରଣରେ କ୍ଷମା ମାଗିଥିଲେ। ଅଭିନେତା ଗୋବିନ୍ଦା କହିଛନ୍ତି, ‘କୃଷ୍ଣା ଓ ଆରତୀ ମୋର ପ୍ରିୟ ଭଉଣୀର ସନ୍ତାନ । ମୁଁ ମୋ ଭଉଣୀକୁ ବହୁତ ଭଲ ପାଉଥିଲି । ସେହି ସୁଖ ତୁମ ଦୁହିଁଙ୍କ ଭାଗ୍ୟରେ ଜୁଟିଲା ନାହିଁ, ସେଥିପାଇଁ ମୁଁ ସବୁବେଳେ ଦୁଃଖିତ । କିନ୍ତୁ ମୋର କୌଣସି ବ୍ୟବହାର ପାଇଁ ତୁମେ ଦୁହେଁ ଦୁଃଖି ହୁଅ ବୋଲି ମୁଁ କେବେ ବି ଚାହିଁବି ନାହିଁ।’


ଗୋବିନ୍ଦା ଆହୁରି କହିଛନ୍ତି, ‘ତୁମମାନଙ୍କ ପାଇଁ ମୋ ହୃଦୟରେ ସବୁବେଳେ ଭଲ ପାଇବା ଭରି ରହିଛି। ତେଣୁ ଦୟାକରି ବିଚଳିତ ହୁଅ ନାହିଁ। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ସର୍ବଶ୍ରେଷ୍ଠ, କଠିନ ପରିଶ୍ରମ ଜାରି ରଖ । ’ ଏହି ଭିଡିଓର କମେଣ୍ଟ ବକ୍ସରେ ଅଭିଷେକଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ସେ ଲେଖିଛନ୍ତି, ‘ମୁଁ ମଧ୍ୟ ତୁମକୁ ବହୁତ ଭଲ ପାଏ ମାମୁଁ। ଏଥିସହ ସେ ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି।