ସରକାର କେଁ ପାଖରେ ଜୀବନ ଭିକ୍ଷା ମାଗୁଛି ରାମା କବାସୀ

0

ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି : ମାଲକାନଗିରି ଜିଲ୍ଲା ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଁଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି ୪୦ । ବର୍ତ୍ତମାନ ଦିର୍ଘ ତିନି ମାସ ହେବେ ସେ ଜିହ୍ୱା କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଭଲରେ ଚିକିତ୍ସା ମଧ୍ୟ୍ୟ ହୋଇ ପାରୁନାହାନ୍ତି ।ଘରର ସେ ଏକମାତ୍ର ରୋଜଗାରିଆ ହୋଇ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ବିଧିର ବିଧାନ ସବୁ ବିଗାଡି ଦେଇଛି ରାମା କବାସୀ କ୍ଷେତ୍ରରେ । ସେ ନିଜ ଚାଷ ଜମି ରେ ପନିପରିବା ଚାଷ କରି ଭଲ ଦି ପଇସା ରୋଜଗାର କରୁଥିଲେ ।ଦେହ ଖରାପ ଯୋଗୁ ସେ ପ୍ରଥମେ ମାଲକାନଗିରି ହସ୍ପିଟାଲ ରେ ଦେହ ଦେଖାଇଥିଲେ ପରେ ମେଡିକାଲ ଚିକିତ୍ସା ବେଳେ ତାଙ୍କୁ କର୍କଟ ରୋଗ ହୋଇଥିବା ଜାଣିବାକୁ ପାଇଲେ ପରେ ତାଙ୍କୁ କଟକ ଏକ ଘରୋଇ ମେଡିକାଲରେ ଆଚାର୍ଯ୍ୟ ହରିହର ରେଜିନାଲ କ୍ୟାନ୍ସର ସେଣ୍ଟର ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ହସ୍ପିଟାଲ ରୁ ପଠାଯାଇଥିଲା ଆର୍ଥିକ ସ୍ଥିତି ଖରାପ ଯୋଗୁ ଠିକରେ ଚିକିତ୍ସା କରିପାରିନଥିବାରୁ ସେଠାରେ ଆଠ ଦିନ ରହି ନିଜ ଘର କୁ ଫେରିଆସିଥିଲେ କ୍ଷ ସେ ଜଣେ ଆଦିବାସୀ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଚିକିତ୍ସା ପାଇଁ କୌଣସି ସୁବିଧା ପାଇ ପାରି ନାହାନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ କ୍ଷବର୍ତମାନ ସେ ଦେଶୀ ଔଷଧ ଉପରେ ନିର୍ଭର କରି ତାଙ୍କ ପରିବାର ଲୋକେ ରାମା ର ଚିକିତ୍ସା କରିଚାଲିଛନ୍ତି ଯାହା ବର୍ତମାନ ସଂକ୍ରମଣ ଯୋଗୁଁ ତାଙ୍କ ତଣ୍ଟି ପାଖରେ ଗର୍ତ୍ତ ସୃଷ୍ଟି ହୋଇଯାଇଛି କ୍ଷ ସେ ବର୍ତମାନ ଠିକରେ କଥା କହି ପାରୁନାହାନ୍ତି କି ଖାଇ ପାରୁନାହାନ୍ତି କ୍ଷ ନିଜ ଜମି, ଗାଇ, ଛେଳି, ମେଣ୍ଢା କୁକୁଡ଼ା ବିକ୍ରି କରିବା ସହ ବର୍ତମାନ ଏହି ଚିକିତ୍ସା ପାଇଁ ସେ ୨ ୩ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି କିନ୍ତୁ ଭଲ ହେଉନାହାନ୍ତି କ୍ଷ ଅନ୍ୟ ପଟେ କିପରି ପରିବାର ଚଳିବ ତାହା ମଧ୍ୟ ତାଙ୍କୁ ଚିନ୍ତା ଘାରିଛି । ଘର ର ଦୁଇ ଛୋଟ ଝିଅ ଓ ଦୁଇ ପୁଅ ଅଛନ୍ତି ।ତାଙ୍କ ସ୍ତ୍ରୀ ଆଇତି କବାସୀ ନିଜ ସ୍ୱାମୀକୁ ଉତ୍ତମ ଚିକିତ୍ସା ପାଇଁ ବହୁ କରଜ କରିଥିଲେ ସୁଦ୍ଧା ସେ ଭଲ ହେଉନାହାନ୍ତି କ୍ଷଗ୍ରାମାବାସୀ କିଛି ସାହାଯ୍ୟ କଲେ ଘର ଚଳେ ନଚେତ ଭୋକ ଉପସାରେ ରହିଯାଆନ୍ତି ପରିବାର । ତେଣୁ ତାଙ୍କ ସ୍ତ୍ରୀ ସ୍ୱାମୀ ର ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟ ମାଗିବା ସହ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି । କିଛି ଆର୍ଥିକ ସାହାଯ୍ୟ ମିଳିଲେ ରାମ କବାସୀ ଭଲ ଚିକିତ୍ସା ହୋଇପାରନ୍ତା ।