ବ୍ୟୁରୋ : ମୋ ବସ ଭଳି ସରକାରଙ୍କ ଆସୁଛି ନୂଆ ଲକ୍ଷ୍ମୀ ବସ ଯୋଜନା । ଆଦିବାସୀ ଉପଦ୍ରବ ଅଞ୍ଚଳ ଯେପରିକି ଗଜପତି, କଳାହାଣ୍ଡି ,ନବରଙ୍ଗପୁର, କୋରାପୁଟ, ମାଲକାନଗିରି , ରାୟଗଡା ଆଦି ଅଞ୍ଚଳର ସ୍ତିତିକୁ ଦେଖି ଏହି ବସ ଯୋଜନା କରାଯାଇଛି । ଗ୍ରାମ ବା ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ,ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ମୃୁଖ୍ୟାଳୟରୁ କଟକ ,ଭୁବନେଶ୍ୱର ,ପୁରୀ ଆଦି ୩ ଟାୟାରରେ ଚାଲିବ ଏହି ବସ । ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ରାଜ୍ୟର ଘରୋଇ ବସ ଗୁଡିକୁ ସାମିଲ କରିବା ପାଇଁ ଦାବି କରାଯାଇଛି ।ରାଜ୍ୟ ସରକାର ଯେଉଁ ଢାଞ୍ଚାରେ ମୋ ବସ୍ ଚଳାଚଳ କରୁଛନ୍ତି ସେହି ପ୍ରଣାଳୀରେ ଘରୋଇ ବସ ଅଧିଗ୍ରହଣ କରି ଚଲାନ୍ତୁ । ନଚେତ୍ ଅଗଷ୍ଟ ୧୬ତାରିଖରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ କରାଯିବ ବୋଲି ଏକ ବୈଠକରେ ବସ୍ ମାଲିକ ସଂଘର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ରହି କହିଥିଲେ ।