ସରକାରୀ ସହାୟତା ପାଇଲା ରାଜେଶ

0

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ସ୍ୱାଭିମାନ ଅଞ୍ଚଳର ବିସ୍ମୟ ବାଳକ ତଥା ଦିବ୍ୟାଙ୍ଗ ଶିଶୁ ରାଜେଶ ପାଇଲା ସରକାରୀ ସହାୟତା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତର ମୁକୁଡିପାଲ୍ଲୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସୀସାଙ୍କ ପୁଅ ରାଜେଶ ସୀସା ଜନ୍ମରୁ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି। ହେଲେ ଭଗବାନଙ୍କ ରାଜେଶ ଉପରେ ଏଭଳି ଆଶ୍ରୀର୍ବାଦ ରହିଛି ଯେ ଯଦି କୌଣସି ବ୍ୟକ୍ତି ହେଉ କିମ୍ବା ଗାଡି ତା ନିକଟକୁ ଥରେ ଆସେ ତେବେ ସେ ତାର ଶବ୍ଦ/ସ୍ୱର ଶୁଣି ଜାଣିପାରୁଛି ଯେ ବ୍ୟକ୍ତି ଜଣକ କିଏ। ତେବେ ରାଜେଶ ପାଠପଢା ସହ ସମସ୍ତ ସରକାରୀ ସହାୟତା ରୁ ବଞ୍ଚିତ ରହିଥିଲା। ଏନେଇ ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ରାଜେଶକୁ ଭତ୍ତା ସହ ଅନ୍ୟାନ୍ୟ ସହାୟତା ଯୋଗାଇବା ଦେବାପାଇଁ ପଦକ୍ଷେପ ନିଆଯାଇଛି। ଏହାସହ ରାଜେଶ କିଭଳି ଶିକ୍ଷା ପାଇପାରିବ ସେନେଇ ମଧ୍ୟ ପଦକ୍ଷେପ ନେବାକୁ ବ୍ଲକ ଶିକ୍ଷାବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।