ଓଟିଟି ପ୍ଳାଟଫର୍ମ ଉପରେ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦର୍ଶକଙ୍କ ମଧ୍ୟରେ ରାଜ କରୁଛି ଓଟିଟି ପ୍ଲାଟଫର୍ମ । କୋଭିଡ ଲକ୍ଡାଉନ ମଧ୍ୟରେ ମନୋରଞ୍ଜନର ମୂଖ୍ୟ ସାଧନ ସାଜିଥିବା ଏହି ପ୍ଲାଟଫର୍ମ ଦର୍ଶକଙ୍କୁ ଆଉ ପୂର୍ବ ଭଳି ଅନୁଭୁତି ଯୋଗାଇବାରେ ସକ୍ଷମ ହେବ ନାହିଁ । ଏହାର ମୂଖ୍ୟ କାରଣ ହୋଉଛି ଓଟିଟି ପ୍ଲାଟଫର୍ମର ସମସ୍ତ କଣ୍ଟେଟ୍ ଉପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ରହିବ କଡା ନଜର । ଏଥି ନେଇ ଏକ ଗାଇଡଲାଇନ ଜାରି କରି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

 

ସରକାରଙ୍କ ଏପରି ଗାଇଡଲାଇନ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ଓଟିଟି ପ୍ଲାଟଫର୍ମ ମୂଖ୍ୟ ଆକର୍ଷଣ ଥିଲା ଏଥିରେ ପ୍ରଦର୍ଶିତ କରାଯାଉଥିବା କଣ୍ଟେଟ୍ ଯାହା ମଧ୍ୟରେ କଳାକାରଙ୍କ ପାଖରେ ସମ୍ପୂର୍ଣ୍ଣ ବାକ୍ ସ୍ୱାଧୀନତା ରହିଥିଲା । ଏପରି ଗାଇଡଲାଇନ ଓଟିଟି ପ୍ଲାଟଫର୍ମ ଉପରେ ଏକପ୍ରକାର ର ସେନ୍ସର୍ ଭଳି କାମ କରୁଥିବାରୁ ମନମୁତାବକ ବିବାଦୀୟ ଦୃଶ୍ୟକୁ ପ୍ରସାରିତ କରିବା ସମ୍ଭବ ହେବ ନାହିଁ ।

ଦର୍ଶକଙ୍କୁ ସଠିକ କଣ୍ଟେଟ୍ ପହଞ୍ଚାଇବା ଲକ୍ଷରେ ସରକାରଙ୍କ ତରଫରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗାଇଡଲାଇନ ଜାରି କାଯାଇଥିବା ପ୍ଲାଟଫର୍ମ ମଧ୍ୟରେ ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭିଡିଓ, ଡିଜନି ପ୍ଲସ୍ ହଟ୍ଷ୍ଟାର, ଏଏଲଟି ବାଲାଜୀ, ଜି୫, ଅରେ, ଡିସକଭରୀ ପ୍ଲସ୍, ଇରୋଜ ନାଓ, ଫ୍ଲିକଷ୍ଟ୍ରି, ହୋଇଚୋଇ, ହଙ୍ଗାମା, ଏମଏକ୍ସ ପ୍ଲେୟାର, ସେମାରୁ, ଭୁଟ୍, ଜିଓ ସିନେମା, ସୋନିଲାଇଭକୁ ଅନ୍ତର୍ଭୁକ୍ତ କରାଯାଇଛି ।