ଭୁବନେଶ୍ୱର: ପୋସ୍କୋ ଓଡ଼ିଶା ଫେରିବା ପ୍ରସଙ୍ଗରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିକ୍ରିୟା । JSW ହେଉ କି ପୋସ୍କୋ, ଅବା JSW-ପୋସ୍କୋ ଜଏଣ୍ଟ ଭେଞ୍ଚର ଅଥବା ଅନ୍ୟ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ଵାଗତ କରିବୁ । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ । ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ବହୁ ଶିଳ୍ପ ଓଡ଼ିଶାରେ ନିବେଶ ପାଇଁ ମନ ବଳାଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନୂଆ ସରକାରରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି । ପୂର୍ବରୁ ଶିଳ୍ପ ଫେରିଯିବାର ବହୁତ କାରଣ ଅଛି । ଲୋକଙ୍କ ବିଶ୍ୱାସ ଜିତି କାମ କରିବାର ଆବଶ୍ୟକତା ଅଛି । ଯେଉଁ ଶିଳ୍ପ ଲୋକଙ୍କ ବିଶ୍ୱାସ ଜିତି ପାରୁନଥିଲା, ସେ ଫେରି ଯାଉଥିଲା । ସରକାର ବଦଳିବା ପରେ ଶିଳ୍ପ ସଂସ୍ଥା ଙ୍କ ମଧ୍ୟରେ ଉତ୍ସାହ ଆସିଛି । ଆମେ ବି ସେମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରୁଛୁ । ମୁଖ୍ୟମନ୍ତ୍ରୀ ସିଧାସଳଖ ଶିଳ୍ପ ସଂସ୍ଥା ସହ ଆଲୋଚନା କରୁଛନ୍ତି । ଓଡ଼ିଶାରେ ନିବେଶ ପାଇଁ JSW ଆଗ୍ରହ ଦେଖାଇଛି । ଜଏଣ୍ଟ ଭେଞ୍ଚର୍ କଥା ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ଯେତେବେଳେ ସ୍ପଷ୍ଟ ହେବ, ତାହା ଜଣାପଡ଼ିବ । JSW ଜଗତସିଂହପୁରରେ ଯେଉଁ ପ୍ରକଳ୍ପ କରୁଛି, ତାହା JSW ଉତ୍କଳ, ତାହା JSWର ନିଜସ୍ଵ ପ୍ରକଳ୍ପ । ସେଥିରେ ପୋସ୍କୋର କୌଣସି ସଂଯୋଗ ନାହିଁ ।