ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପରେ ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧାମିକ ସ୍କୁଲ ଗୁଡିକ ଖୋଲିଛି । ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୬ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥିଲା । ଗ୍ରୀଷ୍ମ ଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କାରଣରୁ ପାଠପଢା ପ୍ରଭାବିତ ହୋଇଥିଲା । ଯାହାଫଳରେ ଗ୍ରୀଷ୍ମ ଅବକାଶକୁ କମାଇ ଦିଆଯାଇଥିଲା । ତେଣୁ ପାଠପଢାକୁ ଦୃଷ୍ଟିରେ ରଖି ମାତ୍ର ୧୧ଦିନ ପାଇଁ ସ୍କୁଲ ଛୁଟି କରାଯାଇଥିଲା । ସକାଳ ୧୦ଟାରୁ ଅପରାହ୍ନ ୪ଟାରେ ପର୍ଯ୍ୟନ୍ତ ପାଠପଢା ଜାରି ରହିଛି । ସଂପ୍ରତି ଗ୍ରୀଷ୍ମ ପ୍ରବାହ କମିବା ପରେ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ସ୍କୁଲ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।