ବୁରୁପଡା ସେବା ସମବାୟ ସମିତିରେ ଖୋଲିଲା ଧାନ ମଣ୍ଡି

0

ଗଞ୍ଜାମ / ରଜନୀକାନ୍ତ ପାତ୍ର:  ହିଂଜିଳି କାଟୁ ବ୍ଲକ ବୁରୁପଡା ସେବା ସମବାୟ ସମିତି ଅନୁକୂଲ୍ୟରେ ଚଳିତ ବର୍ଷ ପାଇଁ  ଧାନ ମଣ୍ଡି ଉଦଘାଟିତ ହୋଇଛି   ।  ଆୟୋଜତି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି ଦୁଷ୍ମନ୍ତ କୁମାର ସାହୁ ପୂଜ୍ୟ ଅର୍ଚ୍ଚନା ସହ ମଣ୍ଡି ଉଦଘାଟନ କରିଥିଲେ ।  ଅନ୍ୟ ତମ ଅତିଥି ଭାବେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ ପ୍ରଧାନ ପଂଚାୟତ ର କାର୍ଯ୍ୟ ନିର୍ବାହି ଅଧିକାରୀ ସୁଶାନ୍ତ କୁମାର ପଟ୍ଟନାୟକ ରାଜସ୍ଵ  ନିରକ୍ଷକ ଅଧିକାରୀ ସୁବ୍ରତ ମହାପାତ୍ର ନାୟାବ ସରପଞ୍ଚ ରଞ୍ଜନ ସ୍ୱାଇଁ, ପୂର୍ବତନ ସରପଞ୍ଚ ବିଳାସିନୀ ପାଢ଼ୀ,ପୂର୍ବତନ ସମବାୟ ସମିତିର ସମ୍ପାଦକ ସୀମାଞ୍ଚଳ ପୋଲାଇ, ବୁରୁପଡା ସେବା ସମବାୟ ସମିତିର ସମ୍ପାଦକ ସଞ୍ଜୟ କୁମାର ପୋଲାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।  ଅଦିନିଆ ବର୍ଷା ଯୋଗୁଁ ଚାଷୀ ମାନଙ୍କ ର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅମଳ ନହୋଇ ଧାନ ସବୁ ଵିଲ ରେ ପଡ଼ି ରହିଛି ।  ଏଣୁ ସରକାର ଏ ଏଫ ଏ କୁ ମାନରେ

 କୋହଳ କରି ଚାଷୀ ଧାନ ବିକ୍ରି ସରଳି  କରଣ କରିବା ପାଇଁ ଏକ ଚିଠା ପ୍ରସ୍ତୁତ କରି ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଂ ସେବା ସମବାୟ ସମିତିର ସଭାପତି ଦୁଷ୍ମନ୍ତ କୁମାର ସାହୁ କଂ ଦ୍ୱରା ଏକ ଚିଠା ଦିଆଯିବା ପାଇଁ ନିଷ୍ପତ୍ତି କରାଗଲା ।