କଙ୍କଡାହାଡ଼ ବ୍ଳକ ଦେବଗଣ ଗାଁକୁ ରାଜସ୍ୱ ମାନ୍ୟତା ପାଇଁ ଗ୍ରାମସଭା

0

(ସର୍ବେଶ୍ୱର ପାତ୍ର/ କାମାକ୍ଷାନଗର ): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଳକ କରଗୋଳା ପଂଚାୟତ ଦେବଗଣ ଗାଁକୁ ରାଜସ୍ୱ ମାନ୍ୟତା ପାଇଁ ଆଜି ଗାଁରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଗାଁ ଟି ଜଙ୍ଗଲ ଆଦିବାସୀ ବହୁଳ ଗାଁ ହୋଇଥିବା ବେଳେ ଗାଁରେ ସେମିତି କିଛି ବିକାଶ ହୋଇନାହିଁ ।ଆଜି ଗାଁରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଯେଉଁଠିକି କାମାକ୍ଷାନଗର ଉପଜିଲ୍ଲାପାଳ ଇଂ ବିଷ୍ଣୁପ୍ରସାଦ ଆଚାର୍ୟ୍ୟ, କଙ୍କଡାହାଡ଼ ତହସିଲଦାର ଝରଣା ପ୍ରଧାନ,ଅତିରିକ୍ତ ତହସିଲଦାର ମାନସ କୁମାର ଦଣ୍ଡପ।ଟ,ସମାଜ ସେବୀ ଅକ୍ଷୟ ପାଣି ,ବ୍ଳକ ସମାଜ ମଙ୍ଗଳ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ହୋଇଥିଲେ ଗ୍ରାମର ଲୋକମାନଙ୍କ ସହିତ ଆଲୋଚନା ହୋଇଥିଲା ଗାଁକୁ କିପରି ରାଜସ୍ୱ ଗାଁରେ ପରିଣତ କରାଯିବ ।ଗାଁରୁ ସୁପାରିଶ ହୋଇ କାମାକ୍ଷାନଗର ଉପଖଣ୍ଡ କମିଟି କୁ ଆସିଥିଲ।ଏହାକୁ ନରି ଗାଁରେ ଖୋସିର ଲହରୀ ଖେଳି ଯାଇଥିଲା ଯାହାକି ଲୋକମାନେ ନିଜର ଆଦିବାସୀ ପାରମ୍ପରିକ ନୃତ୍ୟ ତାଳରେ ଅଧିକାରୀ ମାନଙ୍କୁ ନଚେଇ ଦେଇଥିଲେ ।