ହାଟଡିହି(ବିଭୂତି ଭୂଷଣ ):-ଜେନା ହାଟଡିହି ବ୍ଲକର ସଢା ପଞ୍ଚାୟତ ନାଗା ତୋଟା ଠାରେ ପ୍ରାଣବଲ୍ଲଭ ମଲିକ ଓରଫ (ବଲିବାବୁ) ଙ୍କ ୮୮ତମ ଜନ୍ମ ଦିନଅବସର ରେ ନାତି ଏକ ବୃଦ୍ଧା ଆଶ୍ରମ ଭିତ୍ତି ପ୍ରସ୍ତର ଜେଜେଙ୍କ ଦ୍ଵାରା ସ୍ଥାପନ କରିଛନ୍ତି। ଏହି ଆଶ୍ରମରେ ବୃଦ୍ଧା ଲୋକଙ୍କୁ ଭଲରେ ରଖିବା ଉଦ୍ଦେଶ୍ୟ ରେ ଏକ ଜରା ନିବାସ ତିଆରି କରିବା ନେଇ ଶ୍ରୀ ନାରାୟଣ ଚନ୍ଦ୍ର ମଲ୍ଲିକ ଙ୍କ ଫାର୍ମ ହାଉସ ରେ ପ୍ରାଣ ବଲଭ ମଲିକ୍ ଙ୍କ ନାତି ବିଶ୍ୱଜିତ୍ ମଲିକ (ଜିତୁ) ଙ୍କ ର ଏକ ମାତ୍ର ଝିଅ ଜିଜ୍ଞାସା ମଲିକ୍ ନାମରେ ଏକ ଟ୍ରଷ୍ଟ ଗଠନ କରି ଗ୍ରାମାଞ୍ଚଳରେ ଲୋକ ଙ୍କ ର ସେବା ଯୋଗାଇ ଦେବାକୁ ପ୍ରାଣ ବଲ୍ଲଭ ମଲିକ୍ ଶୁଭ ଉଦଘାଟନ କରିଥିଲେ । ପରେ ତାଙ୍କ ପୈତୃକ ଗ୍ରାମ ନାଗା ତୋଟା ରେ ୨୦୦୦ ବୃଦ୍ଧା ଲୋକଙ୍କୁ ନେଇ ଏକ କମ୍ବଳ ବାଣ୍ଟିବା ସହ ଭୋଜନ ବ୍ୟବସ୍ଥା କରିଥିଲେ। ଏହି କାର୍ୟ୍ୟକ୍ରମ ରେ ସେନେ ଅଭିନେତ୍ରୀ ପ୍ରିୟା ଚୌଧରି ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ମାୟାଧର ଜେନା,ସୁମିତ୍ ମହାନ୍ତି (ହଦଗଡ଼ ରେଞ୍ଜର), ସଢା ସରପଞ୍ଚ ସଗରିକା ଜେନା, ଜମ୍ଭୀରା ସରପଞ୍ଚ ଘନଶ୍ୟାମ ମଲିକ୍, ସଭା ପରିଚାଳନା କରିଥିବା ବେଳେ ଜିତୁ ଙ୍କ ବାପା ଅଲେଖ ଚନ୍ଦ୍ର ମଲିକ୍ , ଶଙ୍କରସଣ ମଲିକ୍, ନଟବର ମଲିକ୍ ରହିଥିବା ବେଳେ ଜେଜେ ପ୍ରାଣ ବଲଭ୍ ମଲିକ୍ ଓ ନାତି ବିଶ୍ଵନାଥ ମଲିକ୍ (ଜିତୁ) ସମ୍ପୂର୍ଣ୍ଣ ଗୁରୁ ଦାୟିତ୍ୱ ତୁଲାଇଥିଲେ। ଏପରି ଜନ୍ମ ଦିନ ପାଳନ କୁ ଗ୍ରାମ ବାସି ଙ୍କଠୁଁ ଏନେଇ ପୂରା ଅଞ୍ଚଳ ରେ ସ୍ବାଗତ ଜଣାଇଛନ୍ତି।