(କଣିହାଁ/ଜ୍ୟୋତିରଂଜନ ଧର) : ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଗଦାଶିଳା ପଞ୍ଚାୟତ ଅଧୀନସ୍ଥ କରଡେଇ ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ଦାସଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ସତ୍ୟଭାମା ସିଂହଙ୍କର ଗତକାଲି ନିଜ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟାରେ ସେ ଥିବା ବେଳେ ଦୁଇ ଝିଅ, ନାତି, ନାତୁଣି ଉପସ୍ଥିତ ଥିଲେ । କଣିହାଁ ବ୍ଲକ ଅଞ୍ଚଳରେ ଶତାୟୁ ସତ୍ୟାଭାମା ଜଣେ ଶତାୟୁ ଧର୍ମପରାୟଣ, ମେଳାପି ଓ ଦୟାଳୁ ମହିଳା ଭାବରେ ବେଶ୍ ପରିଚିତ ଥିଲେ । ଦେହାନ୍ତ ଖବର ପରେ ବନ୍ଧୁବର୍ଗ, ବୁଦ୍ଧିଜୀବୀ, ବୟୋଜ୍ୟଷ୍ଠ ବ୍ୟକ୍ତି ତଥା ଆତ୍ମୀୟସ୍ୱଜନ, ଗ୍ରାମବାସୀ, ଆଖପାଖ ଗ୍ରାମର ବହୁ ଲୋକ ଉପସ୍ଥିତ ରହି ସତ୍ୟାଭାମାଙ୍କ ଶେଷ ଦର୍ଶନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ଦେହାନ୍ତ ଖବର ପରେ ସମଗ୍ର ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।