ଲିଭିବାର ନାମ ନେଉନି ଜଙ୍ଗଲ ନିଆଁ

0

ଏଥେନ୍ସ: ଗତ ସପ୍ତାହେ ହେଲା ଜଳୁଛି ଗ୍ରୀସର ଏଭିୟା ଦ୍ବୀପ । ଅଗଷ୍ଟ ୩ ତାରିଖରେ ପ୍ରଥମ କରି ଜଙ୍ଗଲରେ ନିଆଁ ଲାଗିଥିଲା । ଏବେ ଏହା ପ୍ର।।ୟ ୧୪୧ ଗାଁକୁ ବ୍ୟାପିଲାଣି। ୨୭୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ଚାରିଆଡେ ୫୮୬ ସ୍ଥାନରେ ନିଆଁ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କ୍ୟାରୀକୋସ ମିତ୍ସୋଟାକିସ କହିଛନ୍ତି ।

ପ୍ରଧାନମନ୍ତ୍ରୀ କ୍ୟାରୀକୋସ କହିଛନ୍ତି, ଅଗ୍ନିଶମ କର୍ମଚାରୀ ସାରା ଦେଶରେ ନିଆଁ ଲିଭାଇବାକୁ କଠିନ ପରିଶ୍ରମ କରୁଛନ୍ତି। ହିଟୱେଭ ଯୋଗୁଁ ଉଦ୍ଧାର କାର୍ୟ୍ୟରେ ବାଧାପ୍ରାପ୍ତ ହେଉଛି। ଜଙ୍ଗଲରେ ନିଆଁରେ ବହୁ ଘର ପୋଡି ପାଉଁଶ ହୋଇଛି । ଅନେକ ଗାଁ ଛାଡିବାକୁ ଲୋକେ ବାଧ୍ୟ ହୋଇଛନ୍ତି ।

ଏଥେନ୍ସର ମାଉନ୍ଟ ପାର୍ଥିନାର ତଲହଟି ଆଦି ଜଙ୍ଗଲ ନିକଟବର୍ତ୍ତୀ ଇଲାକାରେ ନିଆଁ ଯୋଗୁଁ ହଜାର ହଜାର ଲୋକଙ୍କୁ ଘର ଛାଡିବାକୁ ପଡିଛି। ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ସହ ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ଗତ ସପ୍ତାହରେ ୩ ଦଶକ ପରେ ଚଳିତ ବର୍ଷ ଗ୍ରୀସରେ ଭୀଷଣ ଗରମ ଅନୁଭୂତ ହୋଇଛି।