ଏବର୍ଷ ହେବ ଐତିହାସିକ ବାଲିଯାତ୍ରା

ଚଳିତ ବର୍ଷ ହେବ କଟକର ଐତିହାସିକ ବାଲିଯାତ୍ରା।

0

(କଟକ) : ଚଳିତ ବର୍ଷ ହେବ କଟକର ଐତିହାସିକ ବାଲିଯାତ୍ରା। ଆଂଜ୍ଞା ହଁ କରୋନା କଟକଣା ଭିତରେ ଯାତ୍ରା ହେବ ବୋଲି ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। ତେବେ ଚଳିତ ଥର କରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 

ଚଳିତବର୍ଷ ହେବାକୁ ଥିବା ବାଲିଯାତ୍ରାରେ ଷ୍ଟଲ ସଂଖ୍ୟା ବଢ଼ିବ। ଫଳରେ ଅଧିକ ବ୍ୟବସାୟୀ ଲାଭବାନ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି। ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ଧରି କଟକରେ ବାଲି ଯାତ୍ରା ବନ୍ଦ ରହିଥିଲା। ଚଳିତବର୍ଷ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଘୋଷଣା ପରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।

 

ସୂଚନାନୁଯାୟୀ , ଚଳିତ ବର୍ଷ ପ୍ରଥମ ଥର ପାଇଁ କଟକର ବାରବାଟୀ ପ୍ୟାଲେସ୍‌ରେ୧୪, ୧୫ ଓ ୧୬ ତାରିଖରେ କାଇଟ୍‌ ଉତ୍ସବ ଅନୁଷ୍ଠିତ ହେବ। କଟକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ଏହାର ଆୟୋଜନ ହେବ। ଏଥିପାଇଁ ମିଶନ ଶକ୍ତି ବିଭାଗ, ଓରମାସ୍‌ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରାଯାଇଛି। ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ, ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପ୍ରାଥମିକ ସୂଚନା ମିଳିଛି ।