ଯାଜପୁର/ଜୟପ୍ରକାଶ ନାୟକ: ମା ହେଵତ ଅପର୍ଣ୍ଣାଙ୍କ ପରି,ନା ଭାଙ୍ଗି ପଡିଛନ୍ତି ନା ଭାଙ୍ଗିଛି ତାଙ୍କ ଦୃଢ ଇଚ୍ଛାଶକ୍ତି, ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଛୁଆଙ୍କୁ ମଣିଷ କରିବାକୁ ଜାରି ରଖିଛନ୍ତି ସଂଘର୍ଷ, ଖୁବ କମ ବୟସରେ ସ୍ୱାମୀଙ୍କୁ ହରାଇବା ପରେ କେମିତି ଦୁଇ ଛୁଆଙ୍କ ଭବିଷ୍ୟତ ଗଢିବେ କେମିତି ଏ ସ୍ୱାର୍ଥପର ଦୁନିଆଁରେ ତାଙ୍କୁ ମଣିଷ କରିବେ ଏ ନେଇ ଚିନ୍ତାରେ ପଡିଯାଇଥିବା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମର ଅପର୍ଣ୍ଣା ନାୟକ , କେବେ ହାର ନମାନି ପିଲା ଦୁହିଁଙ୍କୁ ମଣିଷ କରିବାକୁ ଅଣ୍ଟା ଭିଡିଥିଲେ, ଘରେ ବଢ଼ି ତିଆରି କରି ବିକ୍ରି କରିବା ସହ ଗୁରୁକୁଳ ମଡେଲ ସ୍କୁଲରେ ପିଲାଙ୍କ କେୟାର ଟେକର ଭାବେ କାମ କରୁଛନ୍ତି । ପିଲାଙ୍କ ଦେଖା ରଖା କରିବା ପାଇଁ ଚାକିରୀ ଖଣ୍ଡେ ପାଇ ସେଥିରୁ ଯାହା ରୋଜଗାର କରନ୍ତି ଦୁଇ ପିଲାଙ୍କୁ ପାଠ ପଢ଼େଇ ଉଚ୍ଚଶିକ୍ଷିତ କରିବାକୁ ସ୍ବପ୍ନ ଦେଖନ୍ତି,, ସେପଟେ ଅପର୍ଣ୍ଣାଙ୍କୁ ଆଜିଯାଏ କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ସରକାର ତାଙ୍କୁ ଘର ଦେଲେ ପିଲା ଛୁଆଙ୍କୁ ନେଇ ଭଲରେ ରହିବାକୁ ଆଶା ବାନ୍ଧି ବସିଛନ୍ତି ନିଅକ୍ଷଶ୍ରୀ ଅପର୍ଣ୍ଣା ନାୟକ ।