ରାଇରଙ୍ଗପୁରରେ ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର ନୂତନ ଗୃହ ନିମନ୍ତେ ଭୂମି ପୂଜନ

0

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ : ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା, ବାମନ ଘାଟି ଶାଖା, ରାଇରଙ୍ଗପୁର ଆନୁକୁଲ୍ୟରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାବା ପୂର୍ଣେଶ୍ବର ମନ୍ଦିର ବ୍ରାହ୍ମଣ ସମାଜ ସଭାଗୃହର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାମନଘାଟୀ ବ୍ରାହ୍ମଣ ସମାଜ ସେମାନଙ୍କ ଯଜ୍ଞ, ବିଶ୍ବ କଲ୍ୟାଣ ପାଇଁ ପୂଜନ କାର୍ଯ୍ୟକ୍ରମ ପାଇଁ ଏକ ବସିଵା ସ୍ଥାନ ନ ଥିବାରୁ ବାରପିଣ୍ଢା, ହଇରାଣ, ହରକତ ହେଉଥିଲେ । ସେମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଏକ ସଭାଗୃହ  ନିର୍ମାଣ ନିମନ୍ତେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ନିଜ ଅନୁଦାନ ପାଣ୍ଠିରୁ ୪.୭୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି । ସେଥିପାଇଁ ବ୍ରାହ୍ମଣ ମହାସଭାର କମିଟି ତରଫରୁ ଆଜି  ନୂତନ ଗୃହ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ଶ୍ରୀମତୀ ମମିତା ଚୌଧୁରୀଙ୍କ ସମେତ ଆଖପାଖ ବିଭିନ୍ନ ଅଂଚଳରୁ ବହୁ ସଦସ୍ୟ ଉପସ୍ଥିତ ଥିଲେ ।ବିଧାୟକ ତାଙ୍କ ପାଣ୍ଠିରୁ ଅର୍ଥ  ଦେଇଥିବାରୁ କମିଟି ତରଫରୁ ତାଙ୍କୁ କୃତଜ୍ଞତା ଜଣାଯାଇଥିଲା ।