ପୂର୍ବ ଶତ୍ରୁତାକୁ ନେଇ ବାରିପଦା ଟାଉନ ଥାନା କାଳିକାପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ

0

ବାରିପଦା-: ଗୋଷ୍ଠୀ ସଂଘର୍ଷକୁ ନେଇ ଗୁଳିମାଡ଼ ଓ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଗୁରୁତର । ଗୁରୁତରମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା। ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ କାଳିକାପୁର ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ ନେଇ ଟାଉନ ଥାନା କାଳିକାପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ‌ହୋଇଥିଲା। ଏହି ସଂଘର୍ଷ ଆଜି ଉଗ୍ରରୂପ ନେଇଥିଲା। ଆକ୍ରମଣରେ ଗୁଳୁମାଡ଼ ଏବଂ ଛୁରାମାଡ଼ରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ।