ଭୁବନେଶ୍ୱର ଜିଆରପି ହାତରେ ୩ ଜୁଆଡି

0

(ସରୋଜ ରାଉତ) ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଜିଆରପି ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ରେଳୱେ ଷ୍ଟେସନର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରୁ ତିନି ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୨୧ ଶହ ଟଙ୍କା, ତାସ ପତା, ମୋବାଇଲଫୋନ ଓ ଜୁଆରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି । ସେମାନେ ହେଲେ ମାଳିସାହି ଅଞ୍ଚଳର ସରାଫତ ମିଲ୍ଲିକ (୬୦), ସେହଜାଦ ଖାନ (୫୦), ଏସକେ ରାମଜାନ (୪୫) ।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ରେଳ ଷ୍ଟେସନ ଓ ଷ୍ଟେସନ ନିକଟରେ ଚୋରି, ଲୁଟ ଭଳି ଅପରାଧ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଆରପି ଥାନା ପୁଲିସ ରାତ୍ରି ପାଟ୍ରୋଲିଂ କଡାକଡି କରିଛି । ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଜିଆରପି ପୁଲିସ ଚଡାଉ କରିଥିଲା ଓ ସେଠାରୁ ଏହି ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି ।