ଲାଞ୍ଚ ନେବା ବେଳେ ଧରାପଡିଲେ ଜିଆରଏସ୍

0

ଅନୁଗୁଳୁ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍ । ଅନୁଗୁଳୁ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ଜିଆରଏସ୍ ଯଦୁମଣି ମାଝୀଙ୍କୁ ଧରିଛି ଭିଜିଲାନ୍ସ  । ଲାଞ୍ଚ ନେବା ବେଳେ ଧରାପଡିଲେ ଜିଆରଏସ୍ ଯଦୁମଣି ମାଝୀ । ଆବାସ ଯୋଜନାରେ ବିଲ୍ କରାଇବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବା ପାଇଁ ପୋଡାପୋଡା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଜିଆରଏସ୍ ଯଦୁମଣି ମାଝୀ । ଟଙ୍କା ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ ବିଭାଗ ।