(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଜିଏସଟି ଖିଲାପ କାରୀଙ୍କୁ ଛାଟ । ସିଲ ହେବ ଖିଲାପକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜବତ ହେବ ସମ୍ପତ୍ତି । ଜିଏସଟି ଦାଖଲ କରିନଥିଲେ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତି ସିଲ୍ ହେବ। ଧାର୍ୟ୍ୟ ସମୟରେ ରିଟର୍ଣ୍ଣ ଫାଇଲ କରିନଥିଲେ ଖିଲାପୀ ଘୋଷିତ ହେବେ ବୋଲି କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ଶୁଳ୍କ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଏସଟି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଧାର୍ୟ୍ୟ ସମୟର ୫ ଦିନ ପରେ ଅନଲାଇନରେ ନୋଟିସ ଯିବ। ନୋଟିସର ୧୫ ଦିନ ମଧ୍ୟରେ ଜିଏସଟି ଦାଖଲ ନକଲେ, ଖିଲାପକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।