୧୨ ସହରର ସୁନାଦୋକାନରେ ଜିଏସଟି ରେଡ୍

0

ଭୁବନେଶ୍ୱର(ଆଦର୍ଶ ରାଉତ): ସୁନା କାରବାରରେ ଜିଏସଟି ଠକେଇ । ଠକେଇ ଅଭିଯୋଗରେ ୧୨ ସହରରେ ଚଢାଉ ଜାରି ରଖିଛି ଜିଏସଟି ଟିମ୍ । ୧୨ ସହରରେ ୧୭ଟି ସୁନା ଦୋକାନରେ ଚଢାଉ ଜାରି ରହିଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି । ମିଥ୍ୟା ତଥ୍ୟ ଦେଇ ଟ୍ୟାକ୍ସ ଲୁଚାଇବା, ଟ୍ୟାକ୍ସ ଫାଙ୍କି ଜିନିଷ ଗୁଡ଼ିକୁ ବେଆଇନ ଭାବେ ଅନ୍ୟସ୍ଥାନକୁ ଚାଲାଣ କରିବା, ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । ପୂଜା ବଜାର ପାଇଁ ବଡ଼ ବଡ଼ ସୁନା ଦୋକାନ ଗୁଡ଼ିକରେ ଷ୍ଟକ୍ ମଧ୍ୟ ଅଧିକ ରଖାଯାଉଛି । ଜିଏସଟିର ସାତ ଜଣିଆ ଟିମ୍ ଭୁବନେଶ୍ୱର ସହିଦ ନଗର, ମଞ୍ଚେଶ୍ୱର, ଲକ୍ଷ୍ମୀସାଗରର ବିଭିନ୍ନ ସୁନା ଦୋକାନରେ ଚଢ଼ଉ କରିଛି ।