୮୦ ହଜାର ଟଙ୍କା ଲାଂଚ ନେଉଥିଲେ ଜିଏସଟି ବାବୁ, ମାଡି ବସିଲା ଭିଜିଲାନ୍ସ

0

ପାରାଦ୍ୱିପ:୮୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଜିଏସଟି ବିଭାଗ ଏନଫୋର୍ସମେଣ୍ଟ ୟୁନିଟ୍ର ସିଟି ଆଣ୍ଡ ଜିଏସଟି ଅଫିସର ଚିତ ରଂଜନ ମହାନ୍ତି । ଜଣେ ବ୍ୟବସାୟୀଙ୍କ ଡକ୍ୟୁମେଣ୍ଟ ରିଲିଜ୍ ଓ କେସ୍ ମ୍ୟାଟର କ୍ଲୋଜ କରିବା ପାଇଁ ସେ ଏହି ୮୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ । ଶ୍ରୀ ମହାନ୍ତି ଏବେ ଜଗତସିଂପୁର ପାରାଦ୍ୱୀପରେ କାର୍ଯ୍ୟରତ । ଲାଂଚ ଟଙ୍କା ସହ ଭିଜିଲାନ୍ସ ହାତରେ ଧରା ପଡିବା ପରେ ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ୩ ଜାଗାରେ ଏବେ ଚଢାଉ ଜାରି ରହିଛି । ଭିଜିଲାନ୍ସ ଶ୍ରୀ ମହାନ୍ତିଙ୍କ ଠାରୁ ସମସ୍ତ ୮୦ ହଜାର ଲାଂଚ ଟଙ୍କା ଜବତ କରିଛି । ଏହି ମାମଲାରେ ଅଧିକ ଖୋଳତାଡ ଜାରି ରଖିଛି ତଦନ୍ତକାରୀ ଟିମ୍ ।