ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳାର ଏକ ଗହଣା ଦେକାନରେ ଚାଲିଛି ଜିଏସଟି ଚଢାଉ । ଏହି ଚଢାଉରେ ସାମିଲ ରହିଛନ୍ତି ବାରିପଦା ଏବଂ ବାଲେଶ୍ୱର ଟିମ । ବ୍ୟବସାୟରେ ଜିଏସଟି ଠକେଇ ଅଭିଯୋଗରେ ଉଦଳାର ବିଜୟ ଜୁଏଲାରୀ ଦୋକନରେ ଜିଏସଟି ଚଢାଉ ଜାରି ରହିଥିବା ସୂଚନା ମିଳିଛି । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଚଢାଉ ଚାଲିଥିବା ବେଳେ ଏଥିରେ ସାମିଲ ରହିଛନ୍ତି ବାରିପଦା ଏବଂ ବାଲେଶ୍ୱର ଟିମ । ତେବେ ଦୋକାନରୁ କେତେ ପରିମାଣର ଜିଏସଟି ଠକେଇ ହୋଇଛି, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କିନ୍ତୁ ଚଢାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି ।