ନୂଆଦିଲ୍ଲୀ: ଆସନ୍ତା ମେ’ ମାସ ପହିଲାରୁ ଆରମ୍ଭରୁ ବଦଳିବାକୁ ଯାଉଛି ଜିଏସଟିର ନିୟମ । ଜିଏସ୍ଟିଏନ୍ କହିଛି ଯେ ମେ’ ପହିଲାଠାରୁ ଇନଭଏସ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍ (ଆଇଆରପି)ରେ କୌସି କାରବାରର ରସିଦ ଅପଲୋଡ୍ କରିବା ଆବଶ୍ୟକ ହେବ। ଏହାପରେ ଇନଭଏସ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍ (ଆଇଆରପି) ରେ କାରବାରର ରସିଦ ଅପଲୋଡ୍ ହେବ ନାହିଁ ୧୦୦ କୋଟି କାରବାର କରୁଥିବା କମ୍ପାନୀ ମାନଙ୍କ ପାଇଁ ଏହି ନିୟମ ଲାଗୁକରାଯିବ ବୋଲି ଜିଏସଟି ତରଫରୁ ସୁଚନା ମିଳିଛି ।ରିପୋର୍ଟ ୭ଦିନ ମଧ୍ୟରେ ଦାଖଲ କରିବାକୁ ହୁଏ । ୭ଦିନରୁ ପୁରୁଣା ଇଭିଏମସ୍ ସମ୍ପର୍କରେ ରିର୍ପୋଟର କøଣସି ସୁବିଧା ନାହିଁ ଆସନ୍ତା ମେ ମାସରେ ଜିଏସଟି ଅଫିସରୁ ସୂଚନା ମିଳିଛି ଯେ ଯଦି ଆଇଆର୍ପିରେ ଏକ ଇନଭଏସ୍ ଅପଲୋଡ୍ ହୁଏ ନାହିଁ, ତେବେ ବ୍ୟବସାୟୀମାନେ ଏଥିରେ ଥିବା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି)ର ଲାଭ ଉଠାଇପାରିବେ ନାହିଁ।କମ୍ପାନୀ ମାନଙ୍କୁ ଏହି ନିଅମରେ ପରିବର୍ତ୍ତନ ଆଣିବାକୁ ୭ ଦିନ ସମୟ ଲାଗିବ ।ସମସ୍ତ ଯୋଗ୍ୟ ଟିକସଦାତାଙ୍କୁ ଏହି ପରିବର୍ତ୍ତନକୁ ପାଳନ କରିବା ପାଇଁ ପର୍ୟ୍ୟାପ୍ତ ସମୟ ଦେବା ପାଇଁ ସରକାର ଏହି ପରିବର୍ତ୍ତନକୁ ଆସନ୍ତା ମେ’ ପହିଲାରୁ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।