(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର: ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା କେବଳ ପାଟିକୁ ସୁଆଦିଆ ନୁହେଁ ଏବଂ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫ।ଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର, ପୋଟାସିୟମ, କପର ଓ ମାଙ୍ଗାନିଜର ତତ୍ତ୍ଵ ରହିଛି । ତେବେ ଆସନ୍ତୁ ଜାଣିବା ପିଜୁଳି ଖାଇବା ଦ୍ଵାରା କି କି ଉପକାର ମିଳିଥାଏ
୧. ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ ।
୨.ଭୋଜନ ପରେ ପିଜୁଳି ଖାଇଲେ କୋଷ୍ଠକାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ।
୩.ଖରାଦିନେ ପିଜୁଳି ପେଟ ଥଣ୍ଡା ରଖେ। ତେଣୁ ଖରା ଦିନରେ ପ୍ରତିଦିନ ୨-୩ଟି ପିଜୁଳୀ କିମ୍ବା ପିଜୁଳି ଜୁସ ପିଇଲେ ଭଲ।
୪.ହୃଦରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ଉପକାରୀ। ଏଥିରେ ଥିବା ପୋଟାସିୟମ, ଭିଟାମିନ-ସି ଏବଂ ଫାଇବର ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ।
୫.ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ପିଜୁଳି ଭଲ କାମ କରେ। ଏଥିରେ ଥିବା ଫାଇବର ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ।
୬.ପିଜୁଳିରେ ଶତକଡ଼ା ୮୦ ଭାଗ ଜଳୀୟ ଅଂଶ ଥିବାରୁ ଚର୍ମ ଶୁଷ୍କତାରୁ ରକ୍ଷା କରେ। ପିଜୁଳି ଚର୍ମ ପାଇଁ ମଧ୍ୟ
ବେଶଉପକାରୀ। ଏଥିରେ ଥିବା ଭିଟାମିନ-କେ ଚର୍ମର କଳାଦାଗ ଏବଂ ବ୍ରଣରୁ ମୁକ୍ତି ଦେଇଥାଏ।
୭.ପିଜୁଳିରେ ଭିଟାମିନ-ସି ଥିବାରୁ କେଶ ବଢ଼ାଇବାରେ ସାହାଯ୍ୟ କରିଥାଏ। ଅଧା ପାଚିଥିବା ପିଜୁଳିର ସ୍ୱାଦ ଅଳ୍ପ ଖଟାଳିଆ ଓ କଷା ଏହା ଆମର ହଜମପ୍ରକ୍ରିୟାକୁ ଭଲ ରଖେ। ତେଣୁ ଖାଇ ସାରିବା ପରେ ଏହି ପିଜୁଳି ଖାଇଲେ ସହଜରେ ଖାଦ୍ୟ ହଜମ ହୋଇଥାଏ।