ଖାଦ୍ୟ ପୁଡ଼ିଆ ନେଇ ଘରକୁ ଯିବେ ଅତିଥି

0

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିବାହ ଉତ୍ସବରେ ଯୋଗ ଦେବାକୁ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ତା’ ସହିତ ବିବାହ ଭୋଜି ଉପରେ କଟକଣା ଲଗାଯାଇଛି। ବାହାଘରରେ ଯୋଗ ଦେବାକୁ ଆସିଥିବା ଅତିଥି ସେଠାରେ ବସିକି ଖାଇପାରିବେ ନାହିଁ । ଅତିଥିମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ ବ୍ୟବସ୍ଥା କରିବାକୁ ହେବ ବୋଲି ନିର୍ଦେଶ ଦେଇଛନ୍ତି । ଅତ୍ୟାଧିକ ଭିଡ଼କୁ ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଯଦି ଏହାର ଉଲ୍ଲଂଘନ କରାଯାଏ ତେବେ ଉଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ ପ୍ରକାଶ କରାଯାଇଛି ।