କେଉଁ ବର୍ଗର କେଉଁ କର୍ମଚାରୀ ଅଫିସ ଆସିବେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବଦଳିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କ୍ରିଟିକାଲ୍‌ ଓ ପାର୍ସିଆଲି କ୍ରିଟିକାଲ୍‌ ବର୍ଗ। ଏନେଇ ରାଜ୍ୟ ସରକାରଙ୍କ ଏରଦ୍ଭରକ୍ସବକ୍ଷ ଇୟଜ୍ଞସଦ୍ଭସଗ୍ଦଗ୍ଧକ୍ସବଗ୍ଧସକ୍ଟଦ୍ଭ ବଦ୍ଭୟ ଚଙ୍କଭକ୍ଷସମ ଏକ୍ସସରଙ୍ଖବଦ୍ଭମର ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କ୍ରିଟିକାଲ୍‌ ବର୍ଗରେ ୧୫ଟି ବିଭାଗକୁ ସାମିଲ କରାଯାଇଛି । କ୍ରିଟିକାଲ ବର୍ଗରେ ରହିଛି ଅର୍ଥ, ବାଣିଜ୍ୟ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ସମନ୍ୱୟ, ଶ୍ରମ, ଇସ୍ପାତ ,ଅବକାରୀ, ଗୃହ, ଓ ଖଣି ଆଦି ବିଭାଗ। କ୍ରିଟିକାଲ ବର୍ଗର ୫୦ ପ୍ରତିଶତ କର୍ମଚାରୀ ପର୍ୟ୍ୟାୟକ୍ରମେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ପାର୍ସିଆଲି କ୍ରିଟିକାଲ୍‌ ବର୍ଗ ଅଧୀନ ବିଭାଗର ୩୦ ପ୍ରତିଶତ କର୍ମଚାରୀ ପର୍ୟ୍ୟାୟକ୍ରମେ କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶନାମା ମେ’ ୪ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି ।