ନୂଆଦିଲ୍ଲୀ: କୋଭିଡ ଲାଗି ଜାରୀ ହେଲା ଗାଇଡଲାଇନ । ବିମାନରେ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ମଙ୍ଗଳବାର ଦିନ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ କୋଭିଡ୍-ସଂଯମ ଆଚରଣ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରିଛି। ଚୀନର କରୋନା ସ୍ଥିତି ଏବେ ବି ସାଂଘାତିକ । ଏହାରି ଭିତରେ ଚୀନର ସେଣ୍ଟର ଫୋର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ମ୍ୟାନେଜମେଣ୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛି । ସେହିପରି ଅନ୍ତର୍ଜାତୀୟ ଗଣାମାଧ୍ୟମର ତଥ୍ୟ ଅନୁସାରେ ଚୀନର ଅନେକ ହସ୍ପିଟାଲରେ ଷ୍ଟାଫ୍ ଅଭାବ ରହିଛି । କିଛି ହସ୍ପିଟାଲର ସ୍ଥିତି ଏପରି ହୋଇଛି ଯେ, ଗୋଟିଏ ୱାର୍ଡରେ ଯେଉଁଠି ୧୫ ଜଣ ଷ୍ଟାଫ୍ ରହୁଥିଲେ ସେଠାରେ ଏବେ ୨ରୁ ୩ ମେଡିକାଲ ଷ୍ଟାଫ୍ ସର୍ଭିସ ଦେଉଛନ୍ତି । ଏହା ସହ ଚୀନ୍ ବୟସ୍କ ମାନଙ୍କ ପାଇଁ ଟିକାକରଣ ତ୍ୱରାନ୍ୱିତ କରିଛି । ଘରକୁ ଘର ପାଇଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି । ମାର୍ଗଦର୍ଶିକା ବା ‘ଗାଇଡ୍ଲାଇନ୍’ରେ ଉଲ୍ଲେଖ ଅଛି ଯେ, କୋଭିଡ୍ ଟିକାକରଣର ପ୍ରାଥମିକ ସ୍କିଡ୍ୟୁଲ୍ ଅନୁଯାୟୀ କରାଯାଇଥିବା ଅନୁମୋଦନ ଅନୁସାରେ ସଂଯୁକ୍ତ ଆରବ ଏମିରେଟ୍ସ୍ରୁ ଆସୁଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ଟିକା ଡୋଜ୍ ନେଇଥିବା ଉଚିତ। ସେମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ମଧ୍ୟରେ ରହିଛି ମାସ୍କ୍ ପରିଧାନ ଓ ଶାରୀରିକ ଦୂରତ୍ବ ବଜାୟ ରଖିବା ।
ଟୁଇଟ୍ କରି ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍’ କହିଛି ବିମାନ ମଧ୍ୟରେ ଏବଂ ସମସ୍ତ ପ୍ରବେଶ ପଥରେ ଯାତ୍ରୀମାନେ ମାସ୍କ୍ ପରିଧାନ କରିବା ସହିତ ଶାରୀରିକ ଦୂରତ୍ବ ବଜାୟ ରଖିବା ଉଚିତ । ଗାଇଡ୍ଲାଇନ୍ରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବିମାନ ବନ୍ଦରରେ ପହଞ୍ଚି ସାରିବା ପରେ ୧୨ ବର୍ଷର କମ୍ ବୟସ୍କ ପିଲାମାନଙ୍କ ନିମନ୍ତେ ‘ରାଣ୍ଡମ୍ ଟେଷ୍ଟିଙ୍ଗ୍’ ଆବଶ୍ୟକ ନାହିଁ। ପହଞ୍ଚିବା ସମୟରେ କିଂବା ‘ସେଲ୍ଫ୍-ମନିଟରିଙ୍ଗ୍’ ସମୟରେ ଯଦି ଉକ୍ତ ପିଲାଙ୍କ ଶରୀରରେ କୋଭିଡ୍ ସଂକ୍ରାନ୍ତ ଲକ୍ଷଣ ଦେଖାଦିଏ, ନିୟମ ଅନୁସାରେ ସେମାନଙ୍କର ପରୀକ୍ଷା କରାଯିବ। ଅନ୍ୟପଟେ ବୁଷ୍ଟର ଡୋଜ କିମ୍ବା ଆଗୁଆ ସତର୍କତାମୂଳକ ଡୋଜ ନେଇଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ ନାଜାଲ ଭାକ୍ସିନ । ଏନେଇ ସୂଚନା ଦେଇଛନ୍ତି ଭାକ୍ସିନ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଏନକେ ଅରୋରା । ଗତ ସପ୍ତାହରେ କୋଓ୍ୱିନ ପୋର୍ଟାଲରେ ନାଜାଲ ଭାକ୍ସିନ ଇନକୋଭାକ ଉପଲବ୍ଧ ହୋଇଛି । ସେ କହିଛନ୍ତି, ପ୍ରଥମ ବୁଷ୍ଟର ଡୋଜ ଭାବେ ଇନକୋଭାକକୁ ମଞ୍ଜୁରୀ ଦିଆଯାଇଛି । ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଡୋଜ ନେଇସାରିଛନ୍ତି କିମ୍ବା ବୁଷ୍ଟର ନେଇଛନ୍ତି ତେବେ ତାଙ୍କ ଲାଗି ନାଜାଲ ଭାକ୍ସିନକୁ ସୁପାରିସ କରାଯାଇପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସତର୍କତାମୂଳକ ଡୋଜ ନେଇନାହାନ୍ତି ସେମାନଙ୍କ ଲାଗି ହିଁ ନାଜାଲ ଭାକ୍ସିନ ସୁପାରିସ କରାଯାଇପାରିବ ।