ଭୁବନେଶ୍ୱର: HMPV ଭାଇରସକୁ ନେଇ ପ୍ରସ୍ତୁତ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଯଥା ଭୟଭୀତ ରୁହନ୍ତୁ ନାହିଁ। ଏହା ନୂଆ ନୁହେଁ। ଅଧିକା ସଚେତନତା ହେବାରୁ ଏହି କେସ ଅଧିକ ଚିହ୍ନଟ ହେଉଛନ୍ତି। ଏହା ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା। ଏହା ଆଗରୁ ରହିଛି। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ରିପୋର୍ଟ ଆସିନାହିଁ। ଯେଉଁ ଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡ ଲାଇନ୍ ଜାରି କରାଯାଇଛି । ଆମ ରାଜ୍ୟରେ କିଛି ଦେଖାଯାଇନାହିଁ ତେବେ ଆମର ମଧ୍ୟ ଗାଇଡ ଲାଇନ ଜାରି କରାଯାଇନାହିଁ।
ଏମ୍ସ ରେ ଟେଷ୍ଟ କରାଯାଉଛି। Ncdc ରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଟେଷ୍ଟି ସେଣ୍ଟର୍ ବାଢ଼ା ଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ। ଭାରତରେ ଏହି ଭାଇରସ ରହିଛି। ଏହା ସିଯିନାଲ ଭାଇରସ। ଭୟ କରନ୍ତୁ ନାହିଁ। ସାଧାରଣ ଭାବରେ ଥଣ୍ଡା କାଶ ରେ ଯାହା ପ୍ରିକ୍ସନା ଆବଶ୍ୟକ।