ଗଞ୍ଜାମ ଗସ୍ତ କରିବେ ବିଧାୟକ ଓ ବିଧାୟିକା, ବୁଲି ଦେଖିବେ ସ୍ମାର୍ଟ କ୍ଲାସ

0

ଭୁବନେଶ୍ୱର: ଆସନ୍ତା ୨୧ରେ ଗଂଜାମ ଜିଲ୍ଲା ଗସ୍ତରେ ଆସିବେ ୧୦୮ ବିଧାୟକ ଓ ବିଧାୟିକା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳୀକାଟୁ ଓ ଶେରଗଡ଼ର ସ୍କୁଲ ମାନଙ୍କରେ କରାଯାଇଥିବା ସ୍ମାର୍ଟକ୍ଲାସ୍ ବୁଲିଦେଖିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ୫ଟି ପର୍ୟ୍ୟାୟରେ ଆସି ସ୍କୁଲ ବୁଲିବେ ବିଧାୟକ-ବିଧାୟିକା ।

ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକର ୫୦ଟି ହାଇସ୍କୁଲରେ ନିର୍ମାଣ କରାଯାଇଛି ସ୍ମାର୍ଟ କ୍ଲାସରୁମ୍ । ଏଥିସହ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, କମ୍ପୁଟର କ୍ଲାସ ଓ ଖେଳ ପଡିଆର ଉନ୍ନତିକରଣ କାର୍ୟ୍ୟ କରାଯାଉଛି । ଜିଲ୍ଲାର ମୋଟ ୧୩୩ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରାଯାଉଛି ।