ଗୁଜୁରାଟ-: ଗୁଜୁରାଟ ଭଦୋଦରାରେ ଦି ଫାଳ ହୋଇଗଲା ବ୍ରିଜ । ଆଖି ସାମନାରେ ମଡ଼ ମଡ଼ ହୋଇ ଭାଙ୍ଗିଗଲା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ। ଭଦୋଦରା ଜିଲ୍ଲା ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି । ଖବର ମୁତାବକ, ଏହି ବ୍ରିଜଟି ୪୩ ବର୍ଷ ପୁରୁଣା । ବ୍ରିଜଟି ଭଦୋଦରା-ଆନନ୍ଦକୁ ଯୋଡୁଥିଲା । ବ୍ରିଜ ଉପରେ ଭାରୀଯାନ ଯାଉଥିବା ବେଳେ ଭୁଶୁଡି ପଡିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଟ୍ରକଟି ଭଙ୍ଗା ବ୍ରିଜ ଉପରେ ଅଧା ହୋଇ ଝୁଲି ରହିଛି ।
ତେବେ ବ୍ରିଜଟି ଭୁଶୁଡ଼ିବା ସମୟରେ ପ୍ରାୟ ୫ଟି ବାହନ ପୋଲ ଉପରେ ଥିଲା। ହଠାତ ପୋଲ ଭୁଶୁଡ଼ି ପଡ଼ିବା ଯୋଗୁ ଏହି ସମସ୍ତ ଯାନବାହନ ସିଧାସଳଖ ନଦୀରେ ଖସି ପଡ଼ିଲା। ଘଟଣା ଜଣାପଡିବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରେ ୩ଜଣଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା, କିନ୍ତୁ ଦୁଃଖର ବିଷୟ ଯେ ଏଥିରେ ୯ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ କେତେଜଣ ଗୁରୁତର ଆହତ ହୋଇଛନ୍ତି।
આણંદ અને વડોદરા જિલ્લાને જોડતો મુખ્ય ગંભીરા બ્રીજ તૂટી પડ્યો છે.અનેક વાહનો નદીમાં પડતા મોટી જાનહાનિ થઈ હોવાની શક્યતા છે. સરકારી તંત્ર તાત્કાલિક બચાવ કામગીરી હાથ ધરે અને ટ્રાફિક માટે વૈકલ્પિક વ્યવસ્થા કરવામાં આવે.@CMOGuj @dgpgujarat @Bhupendrapbjp @sanghaviharsh @CollectorAnd pic.twitter.com/Xn1vIB9QEs
— Amit Chavda (@AmitChavdaINC) July 9, 2025