ଭୁବନେଶ୍ୱର : ବିହାରରୁ ଆସୁଥିଲା ବନ୍ଧୁକ । ହେଉଥିଲା ନୂଆ ନୂଆ ଡିଲ୍ । କେତେବେଳେ ସୁପାରି କିଲିଂ ପାଇଁ ତ କେତେବେଳେ କିଡନାପ ପାଇଁ ହେଉଥିଲା ବନ୍ଧୁକର ବ୍ୟବହାର । ବଡ ବଡ ଡିଲ୍ ଫାଇନାଲ ସହ ମୋଟା ଅଙ୍କର ଟଙ୍କା ନେଇ କରୁଥିଲେ ଅପରାଧ । ରାଜଧାନୀ ଭରବଙ୍କନଶ୍ୱରରେ ଖେଳାଉଥିଲେ କୋକୁଆ ଭୟ । ଏଭଳି ଏକ ଗ୍ୟାଙ୍ଗ ସହ ମାଷ୍ଟର ମାଇଣ୍ଡକୁ ବି ଗିରଫ କରିଛି ପୋଲିସ୍ । ଏମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଟୁଇନ ସିଟି ଓ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ଆଉ ଯିଏବି ସୁପାରୀ ଦେଉଥିଲା ଅପରହଣ ହେଉ କି ହତ୍ୟା ହେଉ କିଛିବି କରିବାକୁ ପଛାଉନଥିଲା ଏହି ଗ୍ୟାଙ୍ଗ।
ପୁଲିସ କମିଶନର ସଂଜୀବ ପଣ୍ଡାଙ୍କ କହିବା ମୁତାବକ, ରାତ୍ରିକାଳୀନ ଚେକିଂ ଚାଲିଥିବା ସମୟରେ ଏହି ଦୁର୍ଦ୍ାନ୍ତ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାର୍ଡ। ଏହି ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ଦେଖି ପୋଲିସ୍ ର ସନ୍ଦେହ ହେବା ସହ ସେମାନଙ୍କୁ ଯାଞ୍ଚ କରିଥିଲେ । ଆଉ ଯାଞ୍ଚ ବେଳେ ସମସ୍ତଙ୍କ ପକେଟରୁ ବାହାରିଥିଲା ୬ଟି ଚୋରା ବନ୍ଧୁକ। ଏଥିରେ ମାଷ୍ଟର ମାଇଣ୍ଡ ଥିବା ରଶ୍ମି ରଂଜନ ସ୍ବାଇଁଙ୍କ ସମେତ ଚିରଞ୍ଜୀବି ଜେନା ଓରଫ ଚିକୁ, ଆକାଶ ଚନ୍ଦ୍ର ଜେନା, ସେକ ଆଜାରୁଦ୍ଦିନ, ମହମ୍ମଦ ସମସେର ଓ ଉତ୍କଳ କେଶରୀ ଖୁଣ୍ଟିଆକୁ ଗିରଫ କରିଛି ପୁଲିସ ।