ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଦୁଇ ମାଓବାଦୀ ନିହତ

0

ଭୁବନେଶ୍ୱର: ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜାଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀ ହେଲେ ମାଓ ସଙ୍ଗଠନର ଜୋନାଲ କମିଟି ସଦସ୍ୟ ବିନୟ ଗଞ୍ଜୁ ଏବଂ ଏରିଆ କମିଟି ସଦସ୍ୟ ହେମନ୍ତି ମାଝିୟାନ । ଏହା ସହ ଘଟଣା ସ୍ଥଳରୁ ବିପୁଳ ଅସ୍ତ୍ରସସ୍ତ୍ର ଜବତ ହୋଇଛି । ୨ଟି ଇନ ସାସ ରାଇଫଲ , ୩୧୩ଟି ଅଫୁଟା ଗୁଳି , ୯ ଟି ଇନ ସାସ ମାଗାଜିନ ୫ଟି ଓକିଟାକି, ୨୮ଟି ଡିଟୋନେଟର ମୋବାଇଲ , ପେନ ଡ୍ରାଇଭ ,ନକ୍ସଲ ପୋଷାକ ଜବତ ହୋଇଛି । ଭୋର ସମୟରେ ଉଭୟ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ନିହତ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ଏନକାଉଣ୍ଟରରେ ସିଆର ପିଏଫ ର ଜଣେ ଜବାନ ଗୁରୁତର ହୋଇଛି ।