ମୋଦି ଓ ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ରେହମାନ

0

ଘନୋଉଛି ବିହାରର ବିପିଏସସି ପ୍ରାର୍ଥୀଙ୍କ ଆନେ୍ଦାଳନ । ବିହାର ଲୋକସଭା ଆୟୋଗର ୭୦ତମ ପିଟି ପରୀକ୍ଷା ବାତିଲ ଦାବିରେ ପାଟନାର ଗର୍ଦନିବାଗରେ ଜାରି ରହିଛି ବିକ୍ଷୋଭ । ଏହାରି ମଧ୍ୟରେ ଗୁରୁ ରେହମାନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଏବଂ ବିହାର ଲୋକସବା ଆୟୋଗର ଅଧ୍ୟକ୍ଷଙ୍କୁ ରକ୍ତରେ ଚିଠି ଲେଖି ଏବେ ଚର୍ଚ୍ଚାରେ ରହିଛନ୍ତି । ସେ କହିଛନ୍ତି, ବିପିଏସସିର ୭୦ତମ ପରୀକ୍ଷାରେ ଯେଉଁଭଳି ଭାବେ ବାପୁ ପରୀକ୍ଷା କେନ୍ଦ୍ରରେ ଆସୁବିଧା ହୋଇଛି ମୁଁ ସେହି ପ୍ରସଙ୍ଗ ଉଠାଇଛି। କିଛି ଭୁଲ ହୋଇଥିବା ଯେତେବେଳେ ପିଲାମାନଙ୍କ ମନରେ ସନେ୍ଦହ ଉଠିଛି ଏପରି ପରିସ୍ଥିତିରେ ପିଲାମାନଙ୍କ ଦାବିକୁ ଗ୍ରହଣ କରିବା ଉଚିତ ବୋଲି ଏକ ଗଣତାନ୍ତ୍ରିକ ଦେଶଠାରୁ ଆଶା କରାଯାଏ ।


ଆମର ପିଲାମାନେ ୩୪ ଦିନ ଧରି ଶୀତ କାକର ଓ ଭୋକ ଶୋଷରେ ଅଛନ୍ତି କିନ୍ତୁ ସେମାନଙ୍କ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି। ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବିହାର ଲୋକସେବା ଆୟୋଗର ଅଧ୍ୟକ୍ଷଙ୍କୁ ରକ୍ତରେ ଏକ ଚିଠି ଲେଖିଛି। ଏଥିରେ ଦାବି କରାଯାଇଛି ପିଲାମାନଙ୍କ ଦାବି ପ୍ରତି ଧ୍ୟାନ ଦିଆଯାଉ ଏବଂ ପରୀକ୍ଷାକୁ ବାତିଲ କରାଯାଉ।

ସୂଚନାଯୋଗ୍ୟ, ବିହାର ଲୋକସେବା ଆୟୋଗ ବାପୁ ପରୀକ୍ଷା କେନ୍ଦ୍ରରେ ବାତିଲ ହୋଇଥିବା ପରୀକ୍ଷାକୁ ପୁନଃ ପରିଚାଳନା କରିଛି କିନ୍ତୁ ପ୍ରତିବାଦକାରୀ ପ୍ରାର୍ଥୀମାନେ ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଥିବା ପରୀକ୍ଷାକୁ ବାତିଲ କରିବାକୁ ଦାବି କରି ଆସୁଛନ୍ତି।