ବାରାଣାସୀ : ଜ୍ଞାନବାପୀ ମସଜିଦ ବିବାଦରେ ହୋଇଥିବା ସର୍ଭେ ରିପୋର୍ଟ ସୋମବାର କୋର୍ଟରେ ଦାଖଲ ହୋଇଥିଲା । ଏନେଇ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ପକ୍ଷରୁ ନିଜ ନିଜର ପକ୍ଷ ରଖିଥିଲେ । ଜିଲ୍ଲା ଜଜ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱାସଙ୍କ କୋର୍ଟରେ ପ୍ରାୟ ୪୫ ମିନିଟର ଶୁଣାଣି ହୋଇଥିଲା । ଶୁଣାଣି ଶେଷ ହୋଇଥିଲେ ବି ରାୟ ସଂରକ୍ଷିତ ରଖାଯାଇଛି ।
ବିଶେଷ ଉଲ୍ଲେଖନୀୟ ବିଷୟ ହେଲା, ଏହି ଶୁଣାଣି ସମୟରେ କୋର୍ଟରେ କେବଳ ୧୯ଜଣ ଓକିଲ ଏବଂ ୪ଜଣ ଅଭିଯୋଗକାରୀ ଉପସ୍ଥିତ ଥିଲେ । ଏଥିସହ କୋର୍ଟ କମିଶରୀ ରହିଥିବା ଅଜୟ ମିଶ୍ରଙ୍କୁ ଅଦାଲତରେ ରହିବା ପାଇଁ ଅନୁମତି ମିଳିନଥିଲା । ଅତି ସମ୍ବେଦନଶୀଳ ଘଟଣାର ଶୁଣାଣି ସମୟରେ କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ସ୍ୱରୁପେ ବହୁ ସଂଖ୍ୟାରେ ପୋଲିସ ମୂତୟନ ହୋଇଥିଲେ ।