କେନ୍ଦ୍ରର ସତର୍କତା ମାନିଥିଲେ କେରଳରେ ଏତେ ବଡ ଦୁର୍ଘଟଣା ଘଟିନଥାନ୍ତା : ସାହା

0

କେରଳ ଭୂସ୍ଖଳନ ଘଟଣାରେ ରାଜ୍ୟ ସରକାର ଉପରେ ଦୋଷ ଲଦିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ସାହା । ବୁଧବାର ରାଜ୍ୟସଭାରେ ମନ୍ତ୍ରୀ ନିଜ ବୟାନରେ କହିଛନ୍ତି କି, କେନ୍ଦ୍ର ସରକାର ପକ୍ଷରୁ କେରଳ ସରକାରକୁ ଏନେଇ ପୂର୍ବରୁ ସତର୍କ କରାଯାଇଥିଲା । ରାଜ୍ୟ ସରକାର ଏଥିପ୍ରତି ଆଗୁଆ କୌଣସି ପଦକ୍ଷେପ ନ ନେବା କାରଣରୁ ଏତେ ବଡ ବିତ୍ପାତ ଘଟିଛି ।
ଯଦି ସତର୍କତାକୁ ଗମ୍ଭୀରତା ସହ ନେଇ ରାଜ୍ୟ ସରକାର ସେଠାରୁ ଲୋକଙ୍କୁ ଅନ୍ୟତ୍ର ଉଠାଇ ଦେଇଥାନ୍ତେ ତେବେ ଆଜି ଏତେବଡ ଘଟଣା ଘଟିନଥାନ୍ତା । ତେବେ ଜୁଲାଇ୨୩ ତାରିଖରେ ଭାରତ ସରକାର ତରଫରୁ କେରଳ ସରକାରଙ୍କୁ ସତର୍କ କରାଯାଇଥିଲା । ଏହା ପରେ ମଧ୍ୟ ୨୪, ୨୫ ଓ ୨୬ରେ ଆଲର୍ଟ କରାଯାଇଥିଲା । ସବୁ ଆଲର୍ଟରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ଓ ଭୂସ୍ଖଳନ ନେଇ ଚେତାଇ ଦିଆଯାଇଥିଲା । ଏତେ ସବୁ ସତ୍ତେ୍ୱ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇନଥିଲେ । ସାହା ଆହୁରି କହିଥିଲେ କି, ସେ କେତେକ ବିଷୟକୁ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି । ଯେତିକି ଲୋକ ଏହି ପ୍ରାକୃତିକ ବିପର୍ଯ୍ୟୟରେ ହତାହତ ହୋଇଛନ୍ତି, ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି ।
ଓାହା ଆଗକୁ କହିଛନ୍ତି କି, ପୂର୍ବାନୁମାନକୁ ନେଇ ଜାରି ସତର୍କତାକୁ ଅନୁସରଣ କରି ଦେଶରେ କାଜୁଆଲିଟିରେ ଶୂନରେ ପହଞ୍ଚିଛି । ମୁଖ୍ୟତଃ ଓଡିଶା ଓ ଗୁଜୁରାଟ ସରକାର ଏହି ସତର୍କତାକୁ ଅନୁପାଳନ କରି ସୁଫଳ ପାଇଛନ୍ତି ବୋଲି କହିଛନ୍ତି ସାହା ।