(କଟକ / ଜଗନ୍ନାଥ ମହାନ୍ତି) : ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଗ୍ରୀଡ଼କୋ ର ତଥାକଥିତ କ୍ଷତିକୁ ଭରଣା କରିବା ଉଦେଶ୍ୟରେ ଦୁଇ ଦୁଇ ଥର ବିଦ୍ୟୁତ ଦରବୃଦ୍ଧିକୁ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ଆର. ଡି. ସି ସେଣ୍ଟ୍ରାଲଙ୍କୁ ଭେଟି ବିଜୁଳି ଦରବୃଦ୍ଧି ପ୍ରତ୍ୟାହାର କରିବା କରିବା ସହ ସରକାର ପୁନଃ ବିଚାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।
କରୋନା ଭଳି ଏକ ଦୁର୍ବିସହ ସମୟରେ ସରକାର ବିଜୁଳି ଦେୟ ବୃଦ୍ଧିକରିବା ଦ୍ୱାରା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଉଛି । ଏବେ ସମୟ ଆସିଛି ସରକାର ମଧ୍ୟବିତ୍ତ ବର୍ଗ ଲୋକଙ୍କୁ କିପରି ଭାବରେ ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିହେବ ସେଥିପାଇଁ ଏକ ନୀତିଗତ ନିଷ୍ପତି ନେବା ଦରକାର ବୋଲି ମହାସଂଘ ପକ୍ଷରୁ ଦାବି କରାଯାଇଛି।