(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ ) : ପ୍ରତିବର୍ଷ ଅଗଷ୍ଟ ସାତ ତାରିଖକୁ ଆମ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଏ । ସାରା ଦେଶରେ ଅସ୍ତତନ୍ତ ଶିଳ୍ପର ବିକାଶ , ପ୍ରସାର ଏବଂ ବୁଣାକାରମାନଙ୍କୁ ପ୍ରୋସାôହିତ କରିବା ଏହି ଦିବସ ପାଳନର ମୁ୍ଖ୍ୟ ଲକ୍ଷ୍ୟ । ଏଦି ଦିନଟି ଆମ ଦେଶର ଏକ ଐତିହାସିକ ସ୍ମରଣୀୟ ଦିବସ । ସ୍ୱାଧୀନତା ଅ।।ନ୍ଦୋଳନ ସମୟରେ ବ୍ରିଟିସ ସରକାରଙ୍କ ବଙ୍ଗ ଅଭିଜାନ ବିରୋଧରେ ସାରା ଦେଶରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଥିଲା । ଏହାର ପ୍ରତିବାଦ ସ୍ୱରୂପ ୧୯୦୫ ଅଗଷ୍ଟ୍ ସାତ ତାରିଖରେ କୋଲ୍କତା ଟାଉନ୍ ହଲ ଠାରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । କ୍ରମେ ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପିଥିଲା । ଲୋକେ ବିଦେଶୀ ସାମଗ୍ରୀ ବର୍ଜନ ସହ ଦେଶୀୟ ସାମଗ୍ରୀ ବ୍ୟବହାର ଦିଗରେ ମନ ବଳାଇଥିଲେ । ତନ୍ତବୁଣା ବସ୍ତ୍ର ପିନ୍ଧିଥିଲେ । ସେହି ଦିବସକୁ ସମ୍ମାନ ଓ ସ୍ମରଣୀୟ ରଖିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୧୫ ଠାରୁ ଏହି ଦିବସ ପାଳନ କରାଯାଉଛି ।