(ତାରାକାନ୍ତ ନାଏକ / ସାଲେପୁର ) : କଟକଜିଲ୍ଲା ମାହାଙ୍ଗାଥାନା ଅଡ଼ମ ମହେଶପୁର ଗାଁରେ ଆଜି ସକାଳୁ ଘଟିଛି ଏକ ଅଭାବନୀୟ ଘଟଣା।ରାକେଶପଣ୍ଡା ୩୮ବର୍ଷ ନାମକ ଯୁବ ବ୍ୟବସାୟୀ ନିଜ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଖବର ମିଳିଛି ।ତେବେ ପରିବାର ଲୋକେ ପୋଲିସକୁ ଖବର ନଦେଇ ତରବରିଆଭାବେ ସବଦାହ ପାଇଁ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଥିଲା ।ମୃତ ରାକେଶ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଧାନ ବେପାରୀ ।ଘରେ ରାକେଶଙ୍କ ଶବ ପଡିଥିବା ବେଳେ ଅନ୍ୟ ବେପାରୀମାନେ ତାଙ୍କ ଘରେ ପହଞ୍ଚି ଲକ୍ଷ ଲକ୍ଷ ଟଙ୍କା ସେମାନେ ପାଇବେବୋଲି କହିଥିଲେ।ତେବେ ବହୁ କରଜ ଓ ବାକିବୁକର ଭିତରେ ବୁଡି ରହିଥିବା ଏହି ଯୁବ ବ୍ୟବସାୟୀ ଜଣକ ଆତ୍ମହତ୍ୟାର ପନ୍ଥା ବାଛି ନେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।