ଚଣ୍ଡିଖୋଲ: ଝୁଲନ୍ତା ଅବସ୍ଥାରେ ମିଳିଲା ଜଣେ ବୃଦ୍ଧଙ୍କ ମୃତଦେହ । ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ବୟସ୍କ ବ୍ୟକ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାମୁବଣିଆ ଗାଁରେ । ଆଜି ଗାଁର ଏକ ଗଛରେ ଜେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ । ଏହି ଗାଁର ବିଦ୍ୟାଧର ଗେଡି ଗତକାଲି ରାତିରୁ ନିଖୋଜ ଥିଲେ । ତେବେ ଆଜି ସ୍ଥାନୀୟ ଅଞ୍ଚଳର ଏକ ଗଛରୁ ତାଙ୍କ ମୃତଦେହ ଠାବ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ବୃଦ୍ଧ ଜଣକ କାହିଁକି ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳପାରିନାହିଁ ।