ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

ମାଲକାନଗିରି : ଝୁଲନ୍ତା ମୃତଦେହ ଉଦ୍ଧାର।   ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ନିକଟସ୍ଥ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ଯୁବକ ଉକ୍ତ ଗ୍ରାମର କୈଳାସ ମାଡକାମୀ (୨୨) ବୋଲି ଜଣାପଡ଼ିଛି। ଏକ ମହୁଲ ଗଛରେ ଅଧା ଖୁଲନ୍ତା ଅବସ୍ଥାରେ ମୃତଶରୀର ଦେଖି ପରିବାର ଲୋକ କାଲିମେଳା ଥାନାରେ ଅଭିଯୋଗ କରିଥିବାର ଜଣା ପଡିଛି | ମୃତ ଯୁବକଙ୍କ ହାତ ଗୋଡ଼ ମାଟିରେ ଲାଗିଥିବା ବେଳେ ବେକରେ ଏକ ଓଢଣୀ ଲାଗିଥିବାର ଦେଖିବାକୁ ମିଳିଛି | ମୃତ ଶରୀର ନିକଟରେ ଏକ ଧଳା ଗାମୁଛା ପଡ଼ିଥିବା ବେଳେ ହାତରେ କଟା ଦାଗ ରହିଛି । ସୋମବାର ସନ୍ଧ୍ୟାରେ କୈଳାଶ ଘରେ ଥିବା ବେଳେ ରାତିରୁ ନିଖୋଜ ଥିଲେ । ତେବେ ମଙ୍ଗବାର ଦିନ ସକାଳେ ଘର ନିକଟରୁ ପ୍ରାୟ ଏକ କିମି ଦୂର ଏକ ଜଙ୍ଗଲିଆ ସ୍ଥାନରେ ଥିବା ଏକ ମହୁଲ ଗଛରେ ଅଧା ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା | କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିଲା ପରେ ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିବ ବୋଲି ସୂଚନା ମିଳିଛି|