(ମମତା ସାମଲ)ରିପୋର୍ଟସଟୁଡେ: ପଟ୍ଟାମୁଣ୍ଡାଇ ମୁଗକଣି ଗ୍ରାମ ନିକଟରେ ଥିବା ନାଳ ନିକଟବର୍ତ୍ତୀ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ପରିପଙ୍ଗରା ଗାଁର ଗୁନ୍ଥା ପ୍ରଧାନ । ଗତକାଲି ସେ ଗାଁ ନିକଟରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇ ଆଉ ଫେରି ନଥିଲେ । ତେବେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହେବାପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ, ଗୁନ୍ଥା ଗତକାଲି ରାତ୍ରୀ ଗାଁ ନିକଟବର୍ତ୍ତୀ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ କିନ୍ତୁ ଆଉ ଫେରି ନଥିଲେ । ଆଜି ସକାଳେ ନାଳ ନିକଟବର୍ତ୍ତୀ ଏକ ଗଛ ପାଖରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗାଁ ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି । ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।