(ଜ୍ୟୋତିରଞ୍ଜନ ଧର) କଣିହାଁ: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ଡେରାଗୋଳା ଗ୍ରାମ ସଂରକ୍ଷିତ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁସାୟୀ, ଶନିବାର ପୂର୍ବାହ୍ନରେ ଡେରାଗୋଳା ଗ୍ରାମ ଜଙ୍ଗଲରେ ଜଣେ ଯୁବକର ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ରୁଣ୍ଢ ହୋଇଥିଲେ। ଯୁବକ ଜଣଙ୍କ କଣିହାଁ ଗ୍ରାମର ଈଶ୍ୱର ନାଏକଙ୍କ ଏକମାତ୍ର ପୁଅ କ୍ଷେତ୍ରବାସୀ ନାଏକ(୨୪)। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ସହ ଯୁବକର ଏକ ମୋଟର ସାଇକେଲକୁ ଘଟଣାସ୍ଥଳରୁ ଜବତ କରିଥିଲା । ପୁଲସ ମୃତ ଶରୀରକୁ ବ୍ୟବଛେଦ ପାଇ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ପୋଲିସ ଏନେଇ ୦୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପ୍ରକାଶ ସମଲ ଥାନା ଆଇଆଇସି ପ୍ରକାଶ କରିଛନ୍ତି ।